ଅନ୍ତର୍ଜାତୀୟଜାତୀୟ

ମିଆଁମାରର ନେତା ଆଙ୍ଗ ସାନ ସୁକିଙ୍କୁ ୫ ବର୍ଷ ସଜା, ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ() ମିଆଁମାରର ଏକ ଅଦାଲତ ବୁଧବାର କ୍ଷମତାରୁ ବେଦଖଲ ନେତା ଆଙ୍ଗ ସାନ ସୁକିଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଗଣତନ୍ତ୍ରର ସମର୍ଥକ ସୁକିଙ୍କୁ ପାଞ୍ଚ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଯାଇଛି। ନୋବେଲ୍ ପୁରସ୍କାର ବିଜେତା ଆଙ୍ଗ ସାନ ସୁ ୬ ଲକ୍ଷ ଡଲାର ନଗଦ ଏବଂ ସୁନା ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସାମରିକ ଶାସିତ ମିଆଁମାରର ଅଧିକାରୀ ଶୁକ୍ରବାର ବହିଷ୍କୃତ ନେତା ଆଙ୍ଗ ସାନ ସୁକିଙ୍କ ବିରୋଧରେ ହେଲିକପ୍ଟର କ୍ରୟ ମାମଲାରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ନବ ନିର୍ବାଚିତ ସରକାରର ସଭାପତି ବିନ ମିଣ୍ଟ ପୂର୍ବତନ ରାଷ୍ଟ୍ରାଧ୍ୟକ୍ଷ ଆଙ୍ଗ ସୁନ ସୁକିଙ୍କ ଉପରେ ଏହି ଅଭିଯୋଗ ଆଣିଥିଲେ। ଫେବୃଆରୀ ୧ରେ ସୁକିଙ୍କ ସରକାର ପତନ ପରେ ସେଠାରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି। ମିଆଁମାର ସେନାର ବରିଷ୍ଠ ଜେନେରାଲ ମିଙ୍ଗ ଆଙ୍ଗ ହଲିଙ୍ଗଙ୍କ ନେତୃତ୍ଵରେ ସରକାର ହଟାଯାଇ ଗୋଟିଏ ବର୍ଷ ପାଇଁ ଦେଶରେ ଜରୁରୀକାଳୀନ ଘୋଷଣା କରାଯାଇଛି। ଏହି ସମୟରେ ମିଆଁମାରରେ ଅନେକ ହିଂସାତ୍ମକ ଘଟଣା ଘଟିଛି।

Related Articles

Back to top button
WP Twitter Auto Publish Powered By : XYZScripts.com