ଓଡ଼ିଶା

ପାଇକଙ୍କ ପକ୍ଷରୁ ରାଜଧାନୀରେ ଜନଗର୍ଜନ ସମାବେଶ, ମାନ୍ୟତା ନ ମିଳିବା ଯାଏଁ ଜାରି ରହିବ ଆନ୍ଦୋଳନ

ଭୁବନେଶ୍ୱର() ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ବୁଧବାର ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି ଜନଗର୍ଜନ ସମାବେଶ । ଏଥିରେ ଶତାଧିକ ପାଇକ ନିଜକ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜିତ ହୋଇ ଆଖାଡା ପ୍ରଦର୍ଶନ ସହ ସହର ପରିକ୍ରମା କରିଥିଲେ । ବୁଧବାର ଖୋର୍ଦ୍ଧା ବରୁଣେଇରୁ ବାହାରି ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ୍ ଛକ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପ୍ରଦର୍ଶନୀ ପଡିଆ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଅନୁଷ୍ଠିତ ଏକ ସଭାରେ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ କରିବାକୁ ମଧ୍ୟ ଦାବି କରାଯାଇଥିଲା ।

୧୮୧୭ରୁ ୧୮୨୫ ପର୍ଯ୍ୟନ୍ତ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ବରେ ଚାଲିଥିଲା ଘମାଘୋଟ ଲଢ଼େଇ । ଏହା ହିଁ ଥିଲା ବ୍ରିଟିଶ ବିରୋଧରେ ପ୍ରଥମ ସଶସ୍ତ୍ର ବିଦ୍ରୋହ । ୨୦୧୭ ମସିହାରେ ରାଜ୍ୟ ସରକାର ଏହି ଲଢ଼େଇକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ସଂକଳ୍ପ ପାରିତ କରି କେନ୍ଦ୍ରକୁ ପଠାଇଥିଲେ । ୨୦୧୯ରେ ଖୋର୍ଦ୍ଧା ବରୁଣେଇକୁ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଦୋହରାଇଥିଲେ । କିନ୍ତୁ ୨୦୨୧ ଡ଼ିସେମ୍ବର ୩ ତାରିଖରେ ସଂସଦରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେଇ ହେବ ନାହିଁ ବୋଲି କହିଥିଲେ । କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶା ସରକାର ଏବଂ ପାଇକ ମହାସଂଘ ଦାବିକୁ ଗ୍ରହଣ କରୁନଥିବାରୁ ଆଗକୁ ଦିଲ୍ଲୀରେ ମହା ସମାବେଶ କରାଯାଇ କେନ୍ଦ୍ର ସରକାର ବିରୋଧରେ ଜୋରଦାର ଗର୍ଜନ ସମାବେଶର ଯୋଜନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com