ଓଡ଼ିଶା

ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ ୫ଟି ସଚିବ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଅଚନକ ଶନିବାର ସକାଳୁ ୫ଟି ସଚିବ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଉତ୍ତର ଦ୍ୱାର, ପଶ୍ଚିମଦ୍ୱାର ଓ ଦକ୍ଷିଣଦ୍ୱାର ଅଞ୍ଚଳରେ ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟ କିପରି ଚାଲିଛି ତା’ର ତଦାରଖ କରିଛନ୍ତି । ୫ଟି ସଚିବ ବ୍ୟାଟେରୀ ଗାଡିରେ ମନ୍ଦିରର ଚାରିପାଖ ବୁଲିବା ସହ ନୂତନ ରାସ୍ତା , ଶୌଚାଳୟ ଆଦିର ଅବସ୍ଥିତି ଓ ନିର୍ମାଣ ଉପରେ ତଦରଖ କରିଥିଲେ । ଏଥିନେଇ ସେ ମନ୍ଦିର ପ୍ରଶାସନ ଓ ଜିଳ୍ଲା ପ୍ରଶାସନ ଠାରୁ ପ୍ରସ୍ତାବିତ ପ୍ରକଳ୍ପର ନକ୍ସା ଦେଖିବା ସହ ଆୟବ୍ୟୟ ହିସାବ ଯାଞ୍ଚ କରିଥିଲେ । ଏହି ଗସ୍ତ ଅବସରରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com