ଓଡ଼ିଶା
୭୨ ଘଣ୍ଟା ପରେ ମିଳିଲା ମୃତଦେହ, ହାଟ ସାରି ଫେରିବା ବେଳେ ବୁଡିଯାଇଥିଲା ଡଙ୍ଗା

ମାଲକାନଗିରି() ୭୨ ଘଣ୍ଟା ପରେ ମିଳିଲା ମୃତଦେହ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାର ଭିତରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ଦୁଇ ଜଣଙ୍କ ମୃତଦେହ ଠାବ । ମୃତକ ଅରାପଦର ଗାଁର ଜଗନ୍ନାଥ ପଲାସି ଓ ପିତମ ମୁଦୁଲି । ଦମକଳ ବାହିନୀ ଓ ସ୍ଥାନୀୟ ଗାଁ ଲୋକେ ନିଖୋଜଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଜଡାମ୍ବ ଥାନା ପୋଲିସ ଉପସ୍ଥିତ ରହିଥିଲେ ।

ଖବର ଅନୁଯାୟୀ, ଗତ ସୋମବାର ଦିନ ଓରାପଦର ଗାଁର ୫ଜଣ ବ୍ୟକ୍ତି ନାରଙ୍ଗିଝଲା ଗାଁର ସାପ୍ତାହିକ ହାଟକୁ ଯାଇ ଫେରୁଥିବା ସମୟରେ ଦେଶୀ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଯାତ୍ରା କରୁଥିବା ୫ ଜଣ ଆଦିବାସି ଲୋକଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୁଳକୁ ଫେରିବା ବେଳେ ୨ ଜଣ ନିଖୋଜ ଥିଲେ ।




