ଓଡ଼ିଶା

କଟକ ମହାନଗର ନିଗମର ଦ୍ଵିତୀୟ କାଉନସିଲ ବୈଠକ ଆରମ୍ଭ

କଟକ() ଆରମ୍ଭ ହେଲା କଟକ ମହାନଗର ନିଗମର ଦ୍ଵିତୀୟ କାଉନସିଲ ବୈଠକ । ସିଏମସି କମିଶନର ଅନନ୍ୟା ଦାସ, ମେୟର ସୁବାସ ସିଂହଙ୍କ ସମେତ ଡେପୁଟି ମେୟର ଦମୟନ୍ତୀ ମାଝୀ ଓ ସମସ୍ତ ୫୯ ୱାର୍ଡର କର୍ପୋରେଟରମାନେ ବୈଠକରେ ଯୋଗ ଦେଇଛନ୍ତି ।

ଆଜି ୯ଟି ଷ୍ଟାଣ୍ଡିଂ କମିଟି ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଅପରାହ୍ନ ୧ଟା ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ । ଅପରାହ୍ନ ୨ଟା ସୁଦ୍ଧା ପତ୍ର ପ୍ରତ୍ୟାହାର ହୋଇପାରିବ ।

ଆବଶ୍ୟକ ସ୍ଥଳେ ସାଢେ ୨ଟା ରୁ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଏହାପରେ ଅପରାହ୍ନ ୫ଟାରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

Related Articles

Back to top button
WP Twitter Auto Publish Powered By : XYZScripts.com