ଜାତୀୟମନୋରଞ୍ଜନ

ପ୍ରସିଦ୍ଧ ସଂଗୀତକାର ଏ.ଆର ରେହମାନଙ୍କ ଝିଅ ଖତିଜାଙ୍କ ପଡିଲା ହାତଗଣ୍ଠି, ସ୍ବାମୀଙ୍କ ସହ ସେୟାର କଲେ ପ୍ରଥମ ଫଟୋ

ମୁମ୍ବାଇ() ବଲିଉଡ୍‌ ଇଣ୍ଡଷ୍ଟ୍ରିର ମ୍ୟୁଜିକ୍‌ ଲେଜେଣ୍ଡ ଏ.ଆର ରେହମାନଙ୍କ ଝିଅ ଖତିଜା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଫ୍ୟାନ୍ସମାନେ ଏହି ଦମ୍ପତିଙ୍କୁ ବର୍ତ୍ତମାନ ଶୁଭେଚ୍ଛା ଜଣାଇଛନ୍ତି । ଏ .ଆର୍ ରେହମାନ୍ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ପରିବାର ସହ ତାଙ୍କ ମୃତ ମା’ଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by ARR (@arrahman)

ଏ.ଆର ରେହମାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରି ଘୋଷଣା କହିଛନ୍ତି । କହିଛନ୍ତି କି ତାଙ୍କ ଝିଅ ଖତିଜା ରିୟାସଦିନ୍‌ଙ୍କୁ ବିବାହ କରିଛନ୍ତି । ଯିଏ ଜଣେ ଅଡିଓ ଇଞ୍ଜିନିୟର। ନବ ବିବାହିତ ଦମ୍ପତିଙ୍କ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପରିବାର ସଦସ୍ୟଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଫଟୋରେ ଖତିଜା ରିୟାସଦିନ୍‌ଙ୍କ ପାଖରେ ବସିଛନ୍ତି । ରେହମାନଙ୍କ ଦୁଇ ସନ୍ତାନ ଅମ୍ମାନ ଏବଂ ରହୀମାଙ୍କ ସହ ପତ୍ନୀ ମଧ୍ୟ ନଜର ଆସିଛନ୍ତି। ଏହା ବ୍ୟତୀତ ଫ୍ରେମ୍ ରେ ତାଙ୍କ ଙ୍କ ସ୍ୱର୍ଗତ ମାତା କରିସ୍ମାଙ୍କର ଏକ ଫଟୋ ଦେଖିବାକୁ ମିଳିଛି । ସେ ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ସମସ୍ତେ ଏହି ଦମ୍ପତିଙ୍କୁ ଆଶୀର୍ବାଦ କରନ୍ତୁ … ଆପଣଙ୍କର ଶୁଭେଚ୍ଛା ଏବଂ ପ୍ରେମ ପାଇଁ ଆଗୁଆ ଧନ୍ୟବାଦ।

 

View this post on Instagram

 

A post shared by 786 Khatija Rahman (@khatija.rahman)

ଏହାପୂର୍ବରୁ ଡିସେମ୍ବର ୨୯ରେ ନିର୍ବନ୍ଧ କରିଥିଲେ କିନ୍ତୁ ଜାନୁଆରୀ ମାସରେ ରିୟାସଦିନ୍‌ ଏବଂ ଖତିଜା ଏ ବିଷୟରେ ଘୋଷଣା କରିଥିଲା । ଏନେଇ ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ । କହିଥିଲେ କି ଖୁବ୍‌ ଶୀଘ୍ର ବିବାହ ମଧ୍ୟ କରିବେ । ବର୍ତ୍ତମାନ ଦୁହିଁଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com