ଜାତୀୟମନୋରଞ୍ଜନ

ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ ମୁମତାଜ୍‌, ସ୍ବାସ୍ଥ୍ୟବସ୍ଥାକୁ ନେଇ ଦେଲେ ଅପଡେଟ୍‌

ନୂଆଦିଲ୍ଳୀ() ୬୦ ଦଶକର ଭେଟରାନ୍‌ ଅଭିନେତ୍ରୀ ମୁମ୍‌ତାଜ୍‌ । ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଦେଇ ଖୁବ୍‌ ଲୋକପ୍ରିୟ ହୋଇଥିଲେ । ଦୁଇ ସପ୍ତାହ ପୂର୍ବରୁ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ଡାକ୍ତଖାନାରୁ ଡିସଚାର୍ଜ କରାଯାଇଛି । ମୁମତାଜଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି । ବାସ୍ତବରେ ତାଙ୍କୁ ମଧୁମେହ ଡାଇରିଆ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କୁ ଭଲ ହେବାକୁ ପ୍ରାୟ ୭ ଦିନ ସମୟ ଲାଗିଥିଲା । ଡାକ୍ତରଖାନାରୁ ଆସିବା ପରେ ସେ ଏବିଷୟରେ ଆଲୋଚନା କରି କହିଛନ୍ତି ।

କହିବାକୁ ଗଲେ ମୁମତାଜ ହେଉଛନ୍ତି ବଲିଉଡର ଏକ ଅବିସ୍ମରଣୀୟ ଅଭିନେତ୍ରୀ, ଯିଏକି ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି ।  ୭୪ବର୍ଷୀୟ ମୁମତାଜଙ୍କୁ ଗତ ଦୁଇ ସପ୍ତାହ ଧରି ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ଚିକିତ୍ସିତ ହେଉଥିଲେ। ଘରକୁ ଫେରିବା ପରେ ମମତାଜ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଏକ ସାକ୍ଷାତକାରରେ କହିଥିଲେ- ସେ ଇରିଟେବଲ୍ ବୋଏଲ୍ ସିଣ୍ଡ୍ରୋମ୍ ଏବଂ କୋଲାଇଟିସ୍ ରୋଗରେ ପୀଡିତ ଥିଲେ । ଯାହା ଏକ ପ୍ରକାର ଡାଇରିଆ । ଏହା ଔଷଧ ସେବନ କରିବା ଦ୍ୱାରା ଠିକ୍‌ ହୋଇନଥାଏ । ଏହି କାରଣରୁ ଅଭିନେତ୍ରୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡିଥିଲା। ସୁସ୍ଥ ହେବା ପାଇଁ ତାଙ୍କୁ ବହୁତ ସମୟ ଲାଗିଛି।

ଏହା ସହ ସେ କହିଥିଲେ କି ଡାକ୍ତରଖାନା କର୍ମଚାରୀମାନେ ତାଙ୍କୁ ବହୁତ ଭଲ ବ୍ୟବହାର କରିଥିଲେ। ମୋର ବହୁତ ସାହାଯ୍ୟ କରିବା ସହ ଯତ୍ନ ମଧ୍ୟ ନେଇଛନ୍ତି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଡାକ୍ତର ରାଜେଶ ସେନାନୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହା ବ୍ୟତୀତ ସବୁଠାରୁ ବଡ କଥା ହେଉଛି ‘ମୋ ସ୍ବାମୀ ଆମେରିକାରେ ଅଛନ୍ତି, ମୋର ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପରେ ସେ ଭାରତକୁ  ଆସିବାକୁ କହିଲେ, କିନ୍ତୁ ମୁଁ ତାଙ୍କୁ ଅଟକାଇ ଥିଲି। ସେ କହିଛନ୍ତି ମୁଁ ଭାଗ୍ୟବାନ ଯେ ସେ ମୋତେ ବହୁତ ଭଲ ପାଆନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com