ଜାତୀୟ

ବର୍ଷେ ପରେ ବି ହସ୍ପିଟାଲରୁ ନିଖୋଜ କରୋନା ରୋଗୀଙ୍କୁ ଖୋଜି ପାରିଲେନି ୟୁପି ସରକାର, ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ() ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ଏକ ହସ୍ପିଟାଲରୁ ବର୍ଷେ ତଳେ ନିଖୋଜ ହୋଇଥିବା ଜଣେ କୋଭିଡ ରୋଗୀଙ୍କ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଯାଚିକା ଉପରେ ସର୍ବୋଚ୍ଚ ଅଦାଲତ ୟୁପି ସରକାରଙ୍କ ୮ ଜଣ ଅଧିକାରୀଙ୍କ କୋର୍ଟରେ ହାଜର ହେବା ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି। ପ୍ରଧାନ ବିଚାରପତି ଏନଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଇନଗତ ଲଢେଇ ଖର୍ଚ୍ଚ ପାଇଁ ନିଖୋଜ ବ୍ୟକ୍ତିଙ୍କ ପରିଜନଙ୍କୁ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆହ୍ଲାବାଦ ହାଇକୋର୍ଟରେ ଚାଲିଥିବା ଏହି ମାମଲାର ଶୁଣାଣି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି।

ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖି ବରିଷ୍ଠ ଆଇନଜୀବୀ ଗରିମା ପ୍ରସାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଏହା ଉପରେ ପ୍ରଧାନ ବିଚାରପତି କହିଥିଲେ, ଯେପର୍ଯ୍ୟନ୍ତ କୌଣସି ଅବମାନନା ଯାଚିକା ଦାଖଲ ନ ହୋଇଛି, ସେଯାଏଁ ସରକାର ମାମଲାରେ ଆଗକୁ ବଢୁ ନାହାନ୍ତି, ଯାହା ଅତ୍ୟନ୍ତ ଖରାପ ବ୍ୟବହାର। ଖଣ୍ଡପୀଠରେ ସାମିଲ ଜଷ୍ଟିସ କୃଷ୍ଣା ମୁରାରୀ କହିଛନ୍ତି, ନିଖୋଜ ରୋଗୀଙ୍କ ଅକ୍ସିଜେନ ସ୍ତର ବହୁତ କମ ଥିଲା, ଏପରି ସ୍ଥିତିରେ ତାଙ୍କର ଚାଲି ଯିବା ସମ୍ଭବ ନୁହେଁ। ଏହାର ଜବାବ ଗରିମା ପ୍ରସାଦ କହିଥିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲା ତଦନ୍ତ ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଯାହାର ଜବାରେ ଜଷ୍ଟିସ ମୁରାରୀ କହିଥିଲେ, ମାମଲାକୁ ଗୋଟିଏ ବର୍ଷ ବିତିସାରିଛି।

ଉଲ୍ଲେଖଯୋଗ୍ୟ ଯେ, ପ୍ରୟାଗରାଜ ସ୍ଥିତି ତେଜ ବାହାଦୂର ସପ୍ରୁ ବେଲି କୋଭିଡ ଲେବଲ ୨ ହସ୍ପିଟାଲରୁ ୧୧ ମାସ ପୂର୍ବେ ୮୨ ବର୍ଷିୟ କରୋନା ରୋଗୀ ରାମ ଲାଲ ଯାଦବ ନିଖୋଜ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com