ଜାତୀୟମନୋରଞ୍ଜନ

ଭିକିଙ୍କ ସହ ସୁଇମିଂ ପୁଲ୍‌ରେ ବୋଲ୍ଡ ଅନ୍ଦାଜ୍‌ରେ ନଜର ଆସିଲେ କ୍ୟାଟ୍ରିନା

ନୂଆଦିଲ୍ଳୀ() ବଲିଉଡ୍‌ ନ୍ୟୁଲି ମ୍ୟାରେଡ୍‌ ତଥା ଚର୍ଚ୍ଚିତ କପଲ୍‌ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ। ବଲିଉଡର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଦୁହେଁ ଅନ୍ୟତମ । ଦୁହେଁ ଏବେ ସୋସିଆଲ୍‌ ମିଡିଆରେ ପରସ୍ପର ଖୁବ୍‌ ଫଟୋ ସେୟାର କରୁଛନ୍ତି । ଗତ ବର୍ଷ ଡିସେମ୍ବରରେ ଭିକି-କ୍ୟାଟ୍‌ ରାଜସ୍ଥାନରେ ବିବାହ କରିଥିଲେ । ଯାହା ପରେ ସେ ନିଜ ନିଜ କାମରେ ବ୍ୟସ୍ତ ଥିଲେ । ବର୍ତ୍ତମାନ ସେ ତାଙ୍କ ବ୍ୟସ୍ତ ସମୟରୁ ଟିକେ ସମୟ ବାହାର କରି ଏବେ ଛୁଟି କାଟୁଛନ୍ତି । ଏଭଳି ପରିସ୍ଥିତିରେ ଦିନକୁ ସ୍ପେଶାଲ କରିବା ପାଇଁ ପୁଲ୍‌ରେ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ନଜର ଆସିଛନ୍ତି । ଯାହାର ପଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

 

View this post on Instagram

 

A post shared by Katrina Kaif (@katrinakaif)

ନିକଟରେ କ୍ୟାଟ୍ରିନା ତଥା ଚିକିନି ଚମେଲି ଏକ ସୁନ୍ଦର ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ତାହା ପୁଣି ତାଙ୍କ ସ୍ବାମି ଭିକିଙ୍କ ସହ । ଏହି ଫଟୋରେ ଦୁହେଁ ଖୁବ୍‌ ଆକର୍ଷିଣୀୟ ଅନ୍ଦାଜ୍‌ରେ ଦେଖାଯାଉଛନ୍ତି । ଫଟୋରେ କ୍ୟାଟ୍ରିନା କୈଫ୍‌ ଏକ ସୁଇମିଂ ସୁଟ୍‌  ପିନ୍ଧିଥିବାବେଳେ ବିକି କୌଶଲ ସାର୍ଟଲେସ୍ ଥିବା ଦେଖିବାକୁ ମିଳିଛି । ଉଭୟ ପରସ୍ପରକୁ ଆଲିଙ୍ଗନ କରୁଥିବାର ନଜର ଆସିଛନ୍ତି । ଏହି ଫଟୋକୁ କ୍ୟାଟ୍ରିନା ତାଙ୍କ ଇନଷ୍ଟାଗ୍ରାମ୍‌  ଆକାଉଣ୍ଟରେ ସେୟାର କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି – ମୁଁ ଓ ମୋ ମାଇନ୍‌ । ଏହି ଫଟୋ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ନିଆଁ ଲଗାଉଛି ।

ହେଲେ ଅନେକ ୟୁଜର୍ସ ଏହାକୁ ଦେଖି ଖୁବ୍‌ ଟ୍ରୋଲ୍‌ କରୁଛନ୍ତି । ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି । ସେଥିରୁ ଜଣେ ୟୁଜର୍ସ ଲେଖିଛନ୍ତି – କେହି ସଲମାନ ଭାଇଙ୍କୁ ଟ୍ୟାଗ କରନ୍ତୁ । ଅନ୍ୟପଟେ କ୍ୟାଟ୍ରିନା ଓ ଭିକିଙ୍କ କାମ ବିଷୟରେ କହିବାକୁ ଗଲେ ତାଙ୍କ ପାଖରେ କୌଣସି କାମ ଅଭାବ ନାହିଁ। ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ ଅଛି । ଭିକି ଖୁବ୍‌ ଶୀଘ୍ର ଗୋବିନ୍ଦ ନାମ ମେରା ଓ ଦ ଗ୍ରେଟ୍‌ ଇଣ୍ଡିଆନ୍‌ ଫ୍ୟାମିଲି ଭଳି ଫିଲ୍ମରେ ନଜର ଆସିବେ। ସେପଟେ କ୍ୟାଟ୍ରିନା ଫୋନ୍‌ ବୁଥ ଏବଂ ଟାଇଗର-୩ରେ ମଧ୍ୟ ସଲମାନଙ୍କ ଦେଖିବାକୁ ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com