Featuredଜାତୀୟରାଜନୀତି

ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ନିଷ୍ପରି ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲା ଉଦ୍ଧବ ଠାକରେଙ୍କ ଶିବସେନା। ନିର୍ବାଚନ ଆୟୋଗ ନିକଟରେ ବାଲା ସାହେବ ଠାକରେଙ୍କ ଦ୍ବାରା ଗଠିତ ଶିବସେନାର ନାମ ଏବଂ ନିର୍ବାଚନୀ ଚିହ୍ନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଦଳକୁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନାର ନିର୍ବାଚନୀ ନାମ ଏବଂ ଚିହ୍ନ ବ୍ୟବହାର କରିବାକୁ ଅଯୋଗ୍ୟ ବୋଲି ଇସି କହିଥିଲେ।

ତୁରନ୍ତ ମାମଲାର ଶୁଣାଣି କରାଯାଉ ବୋଲି ପୀଠ ସମ୍ମୁଖରେ ଅନୁରୋଧ କରିବ ଉଦ୍ଧବଙ୍କ ଗୋଷ୍ଠୀ। ତେବେ ସର୍ବୋଚ୍ଚ ନ୍ୟାୟାଳୟରେ କେବେ ଏହାର ଶୁଣାଣି କରାଯିବ ତାହା ସ୍ପଷ୍ଟ ହୋଇ ନାହିଁ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଆସନ୍ତାକାଲି ମାମଲା ସୂଚୀବଦ୍ଧ କରାଯିବା ସହ ଜରୁରୀକାଳୀନ ଶୁଣାଣି କରାଯିବା ଉପରେ ବିଚାର କରାଯିବ ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com