ଅନ୍ୟାନ୍ୟ

ହାତୀକୁ ଦେଖି ବାଘ ଛାନିଆ

ଭୁବନେଶ୍ୱର, ୦୧/୦୫/୨୦୨୩ –    ଜଙ୍ଗଲ ଭିତରେ ସବୁବେଳେ ବଞ୍ଚିବା ପାଇଁ ଚାଲିଥାଏ ସଂଘର୍ଷ । କାରଣ କିଏ କେତେବେଳେ କେଉଁ ଜନ୍ତୁ ସହିତ ଭେଟ ହେବ ସେକଥା କେହି ଜାଣି ନଥାନ୍ତି । ଖାସ୍ ଏଥିପାଇଁ ଖାଦ୍ୟ ଓ ଖାଦକ ମଧ୍ୟରେ ଚାଲିଥାଏ ଛକାପଞ୍ଝା । ତେବେ ନିକଟରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ଦେଖନ୍ତୁ ଯେଉଁଥିରେ ବାଘ ବି ଛକି ବୁଲୁଛି ତାର ଶତ୍ରୁଙ୍କୁ ଦେଖି ।

ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ଏକ ଜଙ୍ଗଲରେ ପ୍ରବଳ ଜୋରରେ ବର୍ଷା ହେଉଛି । ଏହି ସମୟରେ ଏକ ବାଘ ନିର୍ଭୟ ହୋଇ ରାସ୍ତାରେ ଯାଉଛି । ମାତ୍ର କିଛି ବାଟ ଆଗକୁ ଗଲାବେଳକୁ ସେ ହାତୀର ଗର୍ଜନ ଶୁଣୁଛି । ଆଉ ଏହାପରେ ଚୁପ୍ ହୋଇ ବଡ ବଡ ଘାସ ବୁଦା ମୂଳରେ ଲୁଚି ଯାଉଛି । ଯେମିତି ହାତୀ ପଲ ତାକୁ ଦେଖି ନପାରିବେ । ଏହାପରେ ଗୋଟିକ ପରେ ଗୋଟିଏ ହାତୀ ରାସ୍ତା ପାରି ହୋଇ ଆରପଟକୁ ଚାଲିଯାଉଛନ୍ତି । ଆଉ ବାଘଟି ସବୁ ହାତୀ ଚାଲିଯିବା ପରେ ଉଠି ଠିଆ ହେଉଛି ଏବଂ ହାତୀମାନେ ଯାଇଥିବା ବାଟରେ ତାଙ୍କୁ ଦେଖିବାକୁ ଯାଉଛି ।

ଏହାପରେ ହାତୀ ପଲ ଆସିଥିବା ବାଟରେ ବାଘଟି ଆଗକୁ ଯାଉଛି । ତେବେ ହଠାତ ଏହି ସମୟରେ ଆଉ ହାତୀ ଗର୍ଜନ କରି ବାଘ ସାମ୍ନାକୁ ମାଡି ଆସୁଛି । ଯାହା ଦେଖିବା ପରେ ବାଘଟି ଭୟଭୀତ ଘାସ ବଣ ଭିତରକୁ ଦୌଡି ପଳାଇ ଯାଉଛି । ଏହି ଭିଡିଓ ଏବେ ଟ୍ଵିଟରରେ ଖୁବ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com