Featuredଓଡ଼ିଶାରାଜନୀତି

ଦ୍ବିତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ , ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ। ଚାଲି ପାରିଲାନି ପ୍ରଶ୍ନକାଳ । ଗୃହ ଦୁଇଥରରେ ଅପରାହ୍ନ ୪ଟା ଯାଏ ମୁଲତବୀ ।  ଚାଷୀ ସମସ୍ୟା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇପାରିଲାନି ଆଲୋଚନା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି ଦେବା ସହ ଗୃହକାର୍ଯ୍ୟ କରାଇ ଦେଇ ନଥିଲେ। ଶାନ୍ତିଶୃଙ୍ଖଳାରେ ଗୃହ ଚଳାଇବା ଲାଗି ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାରମ୍ବାର ଅନୁରୋଧ କରିଥିଲେ ବି ଶୁଣିନଥିଲେ ବିରୋଧୀ । ଫଳରେ ବାଚସ୍ପତି ଦିନ ସାଢ଼େ ୧୧ଟାଏ ଯାଏ ବିଧାନସଭାକୁ ମୁଲତବୀ ରଖିଛନ୍ତି । ପରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ବାଚସ୍ପଚି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com