ଶ୍ରୀନଗର() ଜାମ୍ମୁକାଶ୍ମୀର ଶ୍ରୀନଗରରେ ଶନିବାର ଦିନ ଆତଙ୍କବାଦୀମାନେ ଜଣେ ପୋଲିସ କର୍ମଚାରୀଙ୍କ ଉପରକୁ ଗୁଳି ମାରି ଆହତ କରିଛନ୍ତି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଆହତ କନେଷ୍ଟବଳଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସହରର ସଫାକଦାଲ ଅଞ୍ଚଳରେ ଆଇଓ୍ବା ବ୍ରିଜ୍ ନିକଟରେ ଆତଙ୍କବାଦୀମାନେ ଶନିବାର ସକାଳ ୮ଟା ୪୦ମିନିଟ୍ରେ ଜାମ୍ମୁକାଶ୍ମୀର ପୋଲିସ କନେଷ୍ଟବଳ ଗୁଲାମ ହସନଙ୍କ ଉପରକୁ ଗୁଳି ଚଳାଇଥିଲେ । ଆକ୍ରମଣରେ କନେଷ୍ଟବଳ ଗମ୍ଭୀର ଭାବେ ଆହତ ହୋଇଯାଇଥିଲେ ।
ଅଧିକାରୀ ଜଣଙ୍କ କହିଛନ୍ତି ଯେ, ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ଆକ୍ରମଣକାରୀଙ୍କୁ ଧରିବାକୁ ପୋଲିସ ଛାନଭିନ୍ ଅଭିଯାନ ଜାରି ରଖିଛି ।
ସେପଟେ ଶୁକ୍ରବାର ଦିନ ଜାମ୍ମୁ କାଶ୍ମୀରର ବଡଗାମ୍ ଜିଲ୍ଲାରେ ସୁରକ୍ଷାକର୍ମୀ ଅନସାର ଗଜୱତ-ଉଲ-ହିନ୍ଦ (ଏଜିୟୁଏଚ) ଆତଙ୍କବାଦୀଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି । ପୋଲିସର ଜଣେ ମୁଖପାତ୍ର କହିଛନ୍ତି ଯେ, ବଡଗାମ୍ ପୋଲିସ ସେନା ଏବଂ ସିଆରପିଏଫ ସହିତ ମଧ୍ୟ କାଶ୍ମୀରର ବଡଗାମ୍ର ହୁରୁ ଅଞ୍ଚଳରେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଏଜିୟୁଏଚ ଆତଙ୍କବାଦୀଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ।
Back to top button