ଓଡ଼ିଶା

ଦର ଦାମ ବୃଦ୍ଧି ଏବଂ ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ଅଗଷ୍ଟ ୫ ତାରିଖରେ କଂଗ୍ରେସର ଜେଲ ଭରୋ ଆନ୍ଦୋଳନ

ବ୍ରହ୍ମପୁର, ୦୪/୦୮/୨୦୨୨ – ଦେଶ ଏବଂ ରାଜ୍ୟରେ ଦର ଦାମ ହୁ ହୁ ହୋଇ ବଢି ଚାଲିଛି । କଂଗ୍ରେସ ତାହାକୁ ଆଉ ବରଦାସ୍ତ କରିବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ଦାମ ବୃଦ୍ଧି ଏବଂ ଗଞ୍ଜାମ ଜିଲ୍ଲାର ବିକାଶକୁ ନେଇ ଜେଲ ଭରୋ ଆନ୍ଦୋଳନ ଡାକରା । ଅଗଷ୍ଟ ୫ ତାରିଖରେ ଆରଡ଼ିସି ଅଫିସ ସମ୍ମୁଖରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରାଟ ବିକ୍ଷୋଭ କରିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରଶ୍ମିରଞ୍ଜନ ପଟ୍ଟନାୟକ ଏବଂ ପୀତବାସ ପଣ୍ଡା ।
ରାଜ୍ୟରେ ନାନାଦି ସମସ୍ୟା ଥିଲେ ସୁଦ୍ଧା ସରକାରଙ୍କ ଏଥି ପ୍ରତି ନିଘା ନାହିଁ । ଚିଟଫଣ୍ଡ ଦୁର୍ନୀତି ରେ ଲୋକଙ୍କ ଟଙ୍କା କୁଆଡେ ଗଲା ତାର ହିସାବ ନାହିଁ । ଆଗାମୀ ଦିନରେ ଲୋକଙ୍କ ହିତରେ ପ୍ରତ୍ୟେକ ସମସ୍ୟାକୁ ନେଇ ସରକାରଙ୍କ ସହିତ ଲଢେଇ କରିବାକୁ କଂଗ୍ରେସ ଆଗେଇ ଆସିବ ବୋଲି ପ୍ରକାଶ କରିଛନ୍ତି କଂଗ୍ରେସ ନେତା ମାନେ । ଗଞ୍ଜାମ ଜିଲ୍ଲାରୁ ୫ ଲକ୍ଷରୁ ଉର୍ଧ୍ବ ଲୋକ ଦାଦନ ଖଟିବାକୁ ଯାଇଛନ୍ତି ତାର ହିସାବ ପ୍ରଶାସନ ପାଖରେ ନାହିଁ । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମିଳିମିଶି ଲୋକଙ୍କୁ କେଵଳ ଲୁଟିବାରେ ବ୍ୟସ୍ତ । ବିଜେଡି ବିଜେପି ଦଳ ଦୁହେଁ ଦୁହିଁଙ୍କ ବିରୋଧୀ ବୋଲି କହୁଛନ୍ତି କିନ୍ତୁ ସେମାନେ ଏକ । କେନ୍ଦ୍ର ସରକାର ଯେତେ ସବୁ ଜନ ବିରୋଧୀ ବିଲ ଆଣିଛନ୍ତି ବିଜେଡି ତାକୁ ସମର୍ଥନ କରିଛି । ସଦ୍ୟତମ ରାଷ୍ଟ୍ରପତି ନିର୍ବାଚନ ତାର ଉଦାହରଣ । ସ୍ଥାନୀୟ ବାପୁଜୀ ଆଶ୍ରମ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ନେତାମାନେ । ଏହି ସମ୍ମିଳନୀରେ କଂଗ୍ରେସ ନେତା ରଶ୍ମିରଞ୍ଜନ ପଟ୍ଟନାୟକ, ପୀତବାସ ପଣ୍ଡା, ମହେଶ୍ୱର ପାତ୍ର, ଡବ୍ଲୁ ଵାଲକ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com