ଜାତୀୟମନୋରଞ୍ଜନ

ଭିକିଙ୍କ ସହ ବିଦେଶରେ ଛୁଟି କାଟୁଛନ୍ତି କ୍ୟାଟ୍ରିନା, ଗ୍ଲାମରସ୍‌ ଲୁକ୍‌ରେ ସେୟାର କଲେ ଫଟୋ

ମୁମ୍ବାଇ () କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ବିବାହ ପରଠାରୁ ଦୁହେଁ ବହୁତ ଚର୍ଚ୍ଚାକୁ ଆସିଛନ୍ତି । ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଭାବେ ଦୁହେଁ ବେଶ୍‌ ପରିଚିତ। ବିବାହ ପରଠାରୁ ଦୁହେଁ ପରସ୍ପରକୁ ସଠିକ୍ ଭାବରେ ସମୟ ଦେବାରେ ସକ୍ଷମ ନୁହଁନ୍ତି । ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କ୍ୟାଟ୍ରିନା ଓ ଭିକି ଆଜି ଭଳି ଖାସ୍‌ ଦିନ ପାଇଁ ଦୁହେଁ ଛୁଟି ନେଇଛନ୍ତି । ଦୁହେଁ ଏହି ଦିନକୁ ସ୍ପେଶାଲ୍‌ କରିବାକୁ ଏକାଠି ହୋଇଛନ୍ତି। ଆଜି ଦୁହିଁଙ୍କର ବିବାହକୁ ୫ ମାସ ପୁରିଛି । ଏହି ସମୟରେ ଦୁହେଁ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏନେଇ କ୍ୟାଟ୍ରିନା ଏବଂ ଭିକି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ଏହି ଫଟୋଟି ସେୟାର ହେବା ମାତ୍ରେ ଏହା ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Vicky Kaushal (@vickykaushal09)

ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କର କିଛି ନୂଆ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯେଉଁଥିରେ ଆପଣ ଏହି ସେଲିବ୍ରିଟି ଦମ୍ପତିଙ୍କୁ ଏକାଠି ସମୟ ଅତିବାହିତ କରୁଥିବା ନଜର ଆସିବେ । ହେଲେ ଉଭୟଙ୍କ ବୁଲୁଥିବା ସ୍ଥାନର ନାମ ପ୍ରକାଶ କରାଯାଇ ନାହିଁ, କିନ୍ତୁ କ୍ୟାଟ୍ରିନା କୈଫ୍ ତାଙ୍କ କ୍ୟାପସନରେ ସୂଚନା ଦେଇଛନ୍ତି ଯେ ସେ ତାଙ୍କ ପ୍ରିୟ ସ୍ଥାନରେ ଅଛନ୍ତି।

 

View this post on Instagram

 

A post shared by Katrina Kaif (@katrinakaif)

ଗୋଟିଏ ଫଟୋରେ ଭିକି ଏବଂ କ୍ୟାଟ୍ରିନା ପରସ୍ପରର କାନ୍ଧରେ ହାତ ଦେଇ ଜେବ୍ରା କ୍ରସିଂ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି । ଉଭୟ ଶୀତ ଦିନର ପୋଷାକ ପିନ୍ଧିଛନ୍ତି। ଯାହାକୁ ଦେଖିଲା ପରେ ଅନୁମାନ କରାଯାଉଛି କି ସେମାନେ କୌଣସି ଥଣ୍ଡା ଦେଶରେ ଅଛନ୍ତି ।  ଦ୍ବିତୀୟ ଫଟୋରେ ରେଷ୍ଟୁରାଣ୍ଟର ଝରକା ପାଖରେ ବସିଥିବାର ନଜର ଆସିଛନ୍ତି। ଏହି ଫଟୋକୁ ଦେଖି ଅନୁଷ୍କା ଶର୍ମାଙ୍କ ସମେତ ସମସ୍ତ ସେଲିବ୍ରିଟି ଏହି କମେଣ୍ଟ ଦେଇଛନ୍ତି।

Related Articles

Back to top button