Breaking NewsFeaturedଜାତୀୟରାଜନୀତି

ଛତିଶଗଡ଼ରେ ହଟିଲେ ଟେକାମ, ଚାନ୍ସ ମାରିନେଲେ ମରକାମ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଛତିଶଗଡ଼ରେ କଂଗ୍ରେସ ତାର ଗୋଟି ଚାଳନା ଜାରି ରଖିଛି। ଟି ଏସ ସିଂଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବା ହେଉ କିମ୍ବା ଦୀପକ ବୈଜଙ୍କୁ ନୂଆ ପିସିସି ସଭାପତି କରିବା… ନିର୍ବାଚନ ପୂର୍ବରୁ କଂଗ୍ରେସ ଛତିଶଗଡ଼ରେ ଏମିତି ଅନେକ ପରିବର୍ତ୍ତନ କରିଛି। ଏହି କ୍ରମରେ ଛତିଶଗଡ଼ ଶିକ୍ଷାମନ୍ତ୍ରୀ ପ୍ରେମସାୟ ସିଂହ ଟେକାମଙ୍କୁ ମନ୍ତ୍ରୀ ପଦରୁ ହଟାଇଛି ଦଳ। କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଟେକାମ।

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନିର୍ଦେଶ ଅନୁଯାୟୀ ସେ ଇସ୍ତଫା ଦେଇଥିବା କୁହାଯାଉଛି। ଇସ୍ତଫା ଦେବା ପରେ ସେ ନିଜର ବିଧାନସଭା କ୍ଷେତ୍ର ପ୍ରତାପପୁର ଗସ୍ତ କରିଛନ୍ତି। ଏପରିକି ଗୋବିନ୍ଦପୁରରେ ସେ ଗଣମାଧ୍ୟମ ସାମ୍ନାରେ ଇସ୍ତଫାକୁ ନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଇସ୍ତଫା ଦିଆଯାଏନି ନେଇଯାଆନ୍ତି ବୋଲି ସେ କହିଛନ୍ତି। ଏଆଇସିସି ନିର୍ଦେଶ ଅନୁଯାୟୀ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିବା ସେ କହିଛନ୍ତି। ଏପରିକି ଆଗକୁ ନିର୍ବାଚନ ପାଇଁ ସାଙ୍ଗଠନିକ କାର୍ଯ୍ୟ କରିବାର ଅଛି ବୋଲି ସେ କହିଛନ୍ତି। ସେପଟେ ଟେକାମଙ୍କୁ ମନ୍ତ୍ରୀ ପଦରୁ ହଟାଇ ପୂର୍ବତନ ପିସିସି ସଭାପତି ମୋହନ ମରକାମଙ୍କୁ ମନ୍ତ୍ରୀ କରାଯାଇଛି। ରାଜ୍ୟପାଳ ମୋହନ ମରକାମଙ୍କୁ ଶପଥ ପାଠ କରାଇଛନ୍ତି।

ପିସିସି ସଭାପତି ପଦ ଯିବାର ମାତ୍ର ଦିନ କେଇଟା ନ ପୁରୁଣୁ ମରକାମଙ୍କୁ ମନ୍ତ୍ରୀ ପଦ ଦେଇ ଦଳ ସନ୍ତୁଷ୍ଟ କରିଥିବା ଚର୍ଚ୍ଚା ହେଉଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଛତିଶଗଡ଼ ସମେତ ଅନ୍ୟ ରାଜ୍ୟରେ ସଂଗଠନ ସଜାଡ଼ିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ଏପରିକି ଯେଉଁଠି ସରକାର ଅଛି ସେଠି ସର୍ଭେ କରାଯାଇ ଲୋକପ୍ରିୟତା ଆଧାରରେ ପଦକ୍ଷେପ ନିଆଯାଉଛି। ତେଣୁ ଏହି ଆଧାରରେ ଏସବୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କୁହାଯାଇଛି।ଏପରିକି ଛତିଶଗଡ଼ ଓ ରାଜସ୍ଥାନରେ ବହୁ ନିର୍ବାଚିତ ପ୍ରତିନିଧିଙ୍କୁ ଦଳ ଟିକେଟ ଦେଇ ନ ପାରେ ବୋଲି ମଧ୍ୟ କୁହାଯାଉଛି। ତେଣୁ ନିର୍ବାଚନ ପୂର୍ବରୁ ଦଳ ଏଭଳି ବହୁ ପରୀକ୍ଷା ନିରୀକ୍ଷା କରୁଥିବା ଦେଖିବାକୁ ମିଳିଛି।

mohan gets chance in cabinet after being sacked as chhattisgarh pcc chief

Related Articles

Back to top button
WP Twitter Auto Publish Powered By : XYZScripts.com