ଓଡ଼ିଶା

ସ୍ବର୍ଗଦ୍ବାରରେ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ

(ପୁରୀ) ବିଶିଷ୍ଟ ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମଶ୍ରୀ ରଜତ କରଙ୍କୁ, ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନନ୍ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ହୋଇଛି ତାଙ୍କର ତାଙ୍କର ଅନ୍ତିମ ସଂସ୍କାର । ହୃଦରୋଗରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଏହି ବରେଣ୍ୟ ସାହିତ୍ୟିକଙ୍କ ରବିବାର ମୃତ୍ୟୁ ହୋଇଛି । ଭଞ୍ଜ ସାହିତ୍ୟର ବ୍ୟାଖ୍ୟା ଓ ଗବେଷଣାରେ ତାଙ୍କର ଅବଦାନ ଚିର ସ୍ମରଣୀୟ ।

ଜଗନ୍ନାଥ ସଂସ୍କୃତି ଗବେଷକ, ପ୍ରଚାରକ ଓ ପ୍ରବଚକ ଭାବେ ବି ସେ ଥିଲେ ଅପ୍ରତିଦ୍ବନ୍ଦ୍ବୀ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ତାଙ୍କର ସମ୍ଭାବଷଣକୁ ସବୁ ବେଳେ ଅପେକ୍ଷା କରି ରହିଥାନ୍ତି ଓଡ଼ିଶା ଓ ଦେଶ ବିଦେଶର ଅଗଣିତ ଓଡ଼ିଆ ଶ୍ରୋତା ।

ଶିକ୍ଷା ଓ ସାହିତ୍ୟ ଜଗତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ୨୦୨୧ ମସିହାରେ ସେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟପାଳ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବହୁ ରାଜ୍ୟ ଓ ଜାତୀୟ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com