ଓଡ଼ିଶା

ଜମିବାଡ଼ି ବିବାଦକୁ ନେଇ ଭାଇକୁ ହାଣି ଦେଲେ ସାବତ ଭାଇ ଏବଂ ସାବତ ମାଆ

ବାଲିପାଟଣା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇକୁ ହାଣି ଦେଲେ ସାବତ ଭାଇ ଏବଂ ସାବତ ମାଆ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ଥାନା ସରାଟ ଗ୍ରାମରେ । ଆକ୍ରମଣକାରୀ ସାବତ ଭାଇ ଦେବେନ୍ଦ୍ର ବେହେରା ଏବଂ ସାବତ ମାଆଙ୍କୁ ବାଲିପାଟଣା ପୋଲିସ୍ ଗିରଫ କରିଛି ।

ସରାଟ ଗ୍ରାମର ସଂଜୟ ବେହେରା ଆଜି ସକାଳୁ ଖାଇବା ପରେ ହାତ ଧୋଉଥିଲେ । ଏହି ସମୟରେ ସଂଜୟଙ୍କର ସାବତ ଭାଇ ଦେବେନ୍ଦ୍ର ତାଙ୍କ ମୁଣ୍ଡକୁ କଟୁରୀରେ ହାଣି ଦେଇଥିଲା । ଏହା ସହ ସଂଜୟଙ୍କର ସାବତ ମାଆ ମଧ୍ୟ କୌଣସି ଏକ ଅସ୍ତ୍ରରେ ସଂଜୟଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସଂଜୟ ଲହୁଲୁହାଣ ହୋଇପଡ଼ିଥିଲେ । ସଂଗେ ସଂଗେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସଂଜୟଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com