ଜାତୀୟରାଜନୀତି

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଗୁଲାବ ନବୀ ଆଜାଦ

ନୂଆଦିଲ୍ଲୀ,୨୬/୦୮/୨୦୨୨-   କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାବ ନବୀ ଆଜାଦ । ଅଧ୍ୟକ୍ଷ ପଦବୀ ନିର୍ବାଚନୀ ପୂର୍ବରୁ ଶୁକ୍ରବାର କଂଗ୍ରେସକୁ ଏହି ବଡ଼ ଝଟକା ଲାଗିଛି । କିଛି ଦିନ ତଳେ ପ୍ରଚାର ସମିତିରୁ ସେ ଇସ୍ତଫା ଦେଇଥିବା ଗୁଲାମ ନବୀ ଅସନ୍ତୁଷ୍ଟ ଥିବା କୁହାଯାଉଛି । ସେ କଂଗ୍ରେସର ସମସ୍ତ ପଦ ପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଜି-୨୩ ଅସନ୍ତୁଷ୍ଟ ନେତା ଭାବେ ତାଲିକାରେ ସେ ଆଗରେ ଥିଲେ । ନିଜର ଇସ୍ତଫା ସମ୍ପର୍କରେ ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ସୋନିଆଙ୍କ ନେତୃତ୍ୱକୁ ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com