Breaking NewsFeaturedଜାତୀୟରାଜନୀତି

ଖୁଆଇ ଦେଲେ କି ମାଂସ? ଭୋଜି ପରେ ମୁଙ୍ଗେରରେ ଦିଶୁ ନାହାନ୍ତି ବୁଲା କୁକୁର

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଏଇ ଦିନ କେଇଟା ପୁର୍ବରୁ ଜେଡିୟୁ ପକ୍ଷରୁ ଏକ ବିଶାଳ ଗଣଭୋଜିର ଆୟୋଜନ କରାଯାଇଥିଲା । ମୁଙ୍ଗେରରେ ଅନୁଷ୍ଠିତ ଏହି ମଟନ ପାର୍ଟିକୁ ଆୟୋଜନ କରୁଥିଲେ ଜେଡିୟୁର ରାଷ୍ଟ୍ରିୟ ଅଧ୍ୟକ୍ଷ ତଥା ସାଂସଦ ଲଲନ ସିଂ । ସାଂସଦ ଦେଉଥିବା ଭାତ-ମାଂସ ଭୋଜି ଖାଇବାକୁ ଶହ ଶହ ଲୋକଙ୍କର ଭିଡ଼ ବି ଜମିଥିଲା । ସ୍ଥିତି ଏମିତି ବି ହୋଇଥିଲା ଯେ ପୁଲିସ ଲୋକଙ୍କୁ ମାଡ଼ ମାରିବା ସହ ଘଉଡ଼ାଇବାକୁ ପଡ଼ିଥିଲା । ସେ ଯାହା ହେଉ ଭୋଜିରେ ମାଉଁସ ଭାତ ଖାଇ ଲୋକେ ମନ ଖୁସିରେ ଘରକୁ ଫେରିଥିଲେ । ହେଲେ ଏହାର କିଛି ସମୟ ପରେ ଗୋଟିଏ ଖବର ବିଜୁଳି ବେଗରେ ବ୍ୟାପି ଯାଇଥିଲା । ଯେଉଁମାନେ ସବୁ ଭୋଜି ଖାଇଥିଲେ ସବୁ ଧାଇଁଲେ ବାନ୍ତି କରିବାକୁ । କାରଣ କିଛି ସମୟ ପରେ ବିଜେପି ନେତା ଆସି କହିଲେ ଭୋଜି ଅନୁଷ୍ଠିତ ହୋଇଥିବା ମୁଙ୍ଗେରରୁ ବର୍ତ୍ତମାନ ହଜାରେରୁ ଅଧିକ କୁକୁର ଗାୟବ ଅଛନ୍ତି ।

ଲୋକଙ୍କୁ ପରୀକ୍ଷା କରାଯାଉ ଯେ ସେମାନେ ପାର୍ଟିରେ ମଟନ ଖାଇଛନ୍ତି ନା କୁକୁର ମାଂସ ଖାଇଛନ୍ତି । ଆଉ ଏହା ପରେ ହଠାତ ନିଆଁ ଲାଗି ଯାଇଥିଲା ବିହାର ରାଜନୀତିରେ । ଦୁଇ ପରସ୍ପର ବିରୋଧି ଜେଡିୟୁ ଓ ବିଜେପି ନେତାଙ୍କ ଭିତରେ ଚାଲିଲା ଘନଘନ ବାୟନ ବାଜି । ସେପଟେ କିନ୍ତୁ ଭୋଜି ଖାଇଥିବା ଲୋକ ଗାଁ ଗାଁ ବୁଲି କୁକୁର ଖୋଜିବା ସହ ଲୋକଙ୍କୁ ପଚାରୁଥିଲେ ଯେ ତୁମ ଗାଁରୁ କୌଣସି କୁକୁର ନିଖୋଜ ଅଛନ୍ତି କି । ଲୋକଙ୍କ ଏଭଳି କୁକୁର ଖୋଜା ଅଭିଯାନ ବା ଅନୁସଂଧାନ ବିହାରର ମୁଙ୍ଗେରରେ ଭିନ୍ନ ଏକ ପରିସ୍ଥିତି ସୃଷ୍ଟି କରିଛି । ତେବେ ଦେଖିବାକୁ ରହିଲା ଏନେଇ କେବେ ତଦନ୍ତ ହେଉଛି । ଆଉ ବାସ୍ତବ ସତ୍ୟ ସାମ୍ନାକୁ ଆସୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com