ଓଡ଼ିଶା

ଓଡିଶା କଂଗ୍ରେସକୁ ହାଇକମାଣ୍ଡଙ୍କ ପୁଣି ଅଣଦେଖା, ଆଲୋଚନା ବେଳେ ମିଳିଲାନି ଉପଯୁକ୍ତ ସମ୍ମାନ

ବ୍ୟୁରୋ() ଅସ୍ତ୍ରୋପଚାର ସଫଳ- ହେଲେ ରୋଗୀର ହୋଇଛି ମୃତ୍ୟୁ । ଦଳର ସାଂଗଠନିକ ପରିବର୍ତ୍ତନ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତ ଏବଂ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନାକୁ ଏବେ ଏହି ଢଙ୍ଗରେ ତର୍ଜମା କରୁଛନ୍ତି ଓଡିଶା କଂଗ୍ରେସର ବରିଷ୍ଠ ନେତୃବୃନ୍ଦ । ବରଂ ପ୍ରସଙ୍ଗ, ଏବେ ଆଉ ପିସିସି ସଭାପତି ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନରେ ସିମିତ ରହିନାହିଁ ।

ରାହୁଲ ସେମାନଙ୍କୁ ଯେଉଁ ଭଳି ବ୍ୟବହାର କଲେ ବିଫଳ ମନୋରଥ ନେଇ ଫେରିଥିବା କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ଏହା ଏବେ ମୁଖ୍ୟ ଆଲୋଚ୍ୟର ବିଷୟ । ଓଡିଶାରେ ଏ ନେଇ କେନ୍ଦ୍ରୀୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ସମସ୍ତ ଚେଷ୍ଟା ସତ୍ବେ ଫଳ ନମିଳିବାରୁ ବିସ୍ତୃତ ଆଲୋଚନା ପାଇଁ ସମସ୍ତଙ୍କୁ ଦିଲ୍ଲୀ ଡକାଯାଇଥିଲା । ପ୍ରଥମେ 5 ତାରିଖ ଓ ପରେ ସମୟ ପରିବର୍ତ୍ତନ କରି 9 ତାରିଖରେ ରାହୁଲଙ୍କ ସହ ଆଲୋଚନା ପାଇଁ କୁହାଯାଇଥିଲା ।

ରାହୁଲ ଆଲୋଚନା ତ କଲେ କିନ୍ତୁ ଯେଉଁଭଳି ବ୍ୟବହାର କଲେ ତାହା ଏବେ ବରିଷ୍ଠ କଂଗ୍ରେସ ନେତା ମାନେ ହଜମ କରିପାରୁନାହାଁନ୍ତି । କେବଳ ନରସିଂହ ମିଶ୍ରଙ୍କୁ ରାହୁଲ ବସିବା ପାଇଁ ଆସନ ଦେଇ 15 ମିନିଟ୍ ଆଲୋଚନା କରିଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରା ବାହିନୀପତି, ସୁର ରାଉତରାୟ ପ୍ରମୁଖ ବାକି ସମସ୍ତ ନେତାଙ୍କୁ ଠିଆ ଠିଆ କିଛି ପଚାରିବା କି ଉତ୍ତର ଶୁଣିବା ପୂର୍ବରୁ ବିଦା କରିଦେଇଥିଲେ।

ଏଭଳି କି ବୈଠକ ଶେଷରେ ସମସ୍ତ ଏକାଠି ଫେରିବା ବେଳେ  ରାହୁଲ କଡା ଚେତାବନୀ ଦେଇ କେହି ଗଣମାଧ୍ୟମକୁ କିଛି ନକହିବା ଏବଂ ଚୁପ ଚାପ୍ ସଂଗଠନ ବଢାଇବା କାମରେ ଲାଗିବାକୁ ତାଗିତ୍ କରିଥିଲେ।

କେନ୍ଦ୍ରରେ କଂଗ୍ରେସର ଯେଉଁ ଡୁବିଲା ଅବସ୍ଥା- ଏପରି ସ୍ଥିତିରେ ଓଡିଶା ଭଳି ରାଜ୍ୟରେ ଦଳକୁ ବଞ୍ଚାଇବାକୁ କିଛି ଉଦ୍ୟମ ଚାଲୁ ରହିଥିଲେ ବି ହାଇକମାଣ୍ଡଙ୍କ ଏଥି ପ୍ରତି ନିଘା ନାହିଁ । ବରଂ ଓଡିଶାର ନେତାଙ୍କୁ ଯେଉଁ ଭଳି ଅଣଦେଖା କରାଗଲା ଏଥିରୁ ରାଜ୍ୟରେ କଂଗ୍ରେସ ଭବିଷ୍ୟତକୁ ନେଇ ଉଭୟେ ନେତା ଓ କର୍ମୀ ସଂସୟରେ ପଡିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com