ଜାତୀୟରାଜନୀତି

ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସ ନେତା ସୁବୋଧ କାନ୍ତ ସହାୟ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ନାମନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ସୁବୋଧ କାନ୍ତ ସହାୟ ଅଗ୍ନିପଥ ସ୍କିମକୁ ବିରୋଧ କରାଯାଉଥିବା ଘଟଣାକୁ ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ହିଟଲରଙ୍କ ଭଳି ଶାସନ କରୁଛନ୍ତି, ହିଟଲରଙ୍କ ଭଳି ତାଙ୍କର ମୃତ୍ୟୁ ହେବ । ହିଟଲର ବି ଏମିତି ଏକ ସଂସ୍ଥା କରିଥିଲେ ଯାହାର ନାମ ଥିଲା ଖାକି, ସେନାଙ୍କ ମଧ୍ୟରେ ସେ ଏହି ସଂସ୍ଥା କରିଥିଲେ । ମୋଦି ହିଟଲରଙ୍କ ରାସ୍ତାରେ ଚାଲୁଛନ୍ତି, ହିଟଲରଙ୍କ ଭଳି ମରିବେ, ଏହା ମନେରଖନ୍ତୁ ମୋଦି ।କଂଗ୍ରେସ ନେତା ଆହୁର ମଧ୍ୟ କହିଛନ୍ତି ମୋଦି ଆମର ୨-୨, ୩-୩ଟି ନିର୍ବାଚିତ ସରକାରକୁ ଭାଙ୍ଗି ଦେଇଛନ୍ତି । ମୋଦି ମଦାରି ଭାବେ ଆସି ଆଜି ଏକଛତ୍ରବାଦୀ ଶାସକ ହୋଇଯାଇଛନ୍ତି । ସେ ହିଟଲରଙ୍କ ସବୁ ଇତିହାସକୁ ପାର କରି ସାରିଲେଣି । ସୁବୋଧ କାନ୍ତ ସହାୟଙ୍କ ଟିପ୍ପଣିକୁ ନେଇ ବିବାଦ ଉଠିବା ପରେ ସେ ତୁରନ୍ତ ଏହାକୁ ନେଇ ସଫେଇ ବି ଦେଇ ସାରିଲେଣି । ଅନ୍ୟପଟେ କଂଗ୍ରେସ ଏହାକୁ ଦଳଠାରୁ ଅଲଗା କରିଦେଇଥିବା କହିଛି । କିନ୍ତୁ କଂଗ୍ରେସ ପାର୍ଟି ମୋଦି ସରକାରଙ୍କ ଏକଛତ୍ରବାଦୀ ବିଚାରଧାରା ଓ ଜନବିରୋଧି ନୀତି ବିରୋଧରେ ସ୍ୱର ଉଠାଇବ । ହେଲେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଅପମର୍ଯ୍ୟାଦାଜନକ ଟିପ୍ପଣି ସହ ସହମତି ପ୍ରକାଶ କରିବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com