ଜାତୀୟମନୋରଞ୍ଜନ

ଉର୍ଫିଙ୍କ ଫ୍ୟାଶନ ସେନ୍ସକୁ ଟାର୍ଗେଟ୍‌ କଲେ ରାହୁଲ ବୈଦ୍ୟ, ପଚାରିଲେ-ଆଗକୁ ଲୋକେ ଫ୍ୟାଶନ ନାଁ ନ୍ୟୁଡ୍‌ ଫଟୋ ସେୟାର କରିବେ ?

ମୁମ୍ବାଇ: ବର୍ତ୍ତମାନ ଫ୍ୟାଶନ୍‌ର ଟ୍ରେଣ୍ଡ ଦିନକୁ ଦିନ ପରିବର୍ତ୍ତନ ହେବାକୁ ଲାଗିଛି । ମଡର୍ଣ୍ଣ ହେବା ପାଇଁ ଛୋଟ ଡ୍ରେସ୍‌ ପିନ୍ଧିଲେ ଗ୍ଲାମର୍ସ ଦେଖାଯାଆନ୍ତି । ଏଥିପାଇଁ ଗ୍ଲାମରର୍ସ ଏବଂ ବୋଲ୍ଡ ଦେଖାଯିବା ପାଇଁ କିଛି ଲୋକ ସୀମା ଟପି ଯାଆନ୍ତି । ଦେଖୁ ନାହାନ୍ତି କି କଣ କରୁଛନ୍ତି । ରାହୁଲ ବୈଦ୍ୟଙ୍କର କିଛି ଲୋକଙ୍କ ଫ୍ୟାଶନ୍ ସେନ୍ସ ବିଷୟରେ ଅନେକ ପ୍ରଶ୍ନକୁ ନେଇ କହିଛନ୍ତି ।

ନିକଟରେ ରାହୁଲ୍‌ ଟ୍ୱିଟରେ ଲୋକମାନେ କିପରି ‘ଫ୍ୟାଶନ ନାମରେ ନଗ୍ନ ଫଟୋ ପୋଷ୍ଟ କରିବା ଆରମ୍ଭ କରିଲେଣି ସେ ବିଷୟରେ ଆଲୋଚନା କରିଥିଲେ। ହେଲେ ଏଥିରେ କାହାର ନାମ ନେଇ ନାହାନ୍ତି । ସେ କହିଥିଲେ କି ମୁଁ ଆଜି ଗୋଟେ ଫଟୋ ଦେଖିଥିଲି। ଯାହା ମୋତେ ମୋ ପତ୍ନୀ ତଥା ଟେଲିଭିଜନ ଅଭିନେତ୍ରୀ ଦିଶା ତାଙ୍କୁ ଇନଷ୍ଟାଗ୍ରାମରେ ପଠାଇଥିଲେ । ଏହା ପରେ ସେ ଚକିତ ହୋଇଯାଇଥିଲେ । କହିଥିଲେ କି ଆଗାମୀ ବର୍ଷରେ ଲୋକମାନେ ଫ୍ୟାଶନ୍ କିମ୍ବା ଟ୍ରେଣ୍ଡ ନାମରେ ନଗ୍ନ ପୋଷ୍ଟ କରିବା ଆରମ୍ଭ କରିବେ”! ପ୍ରମାଣ ପାଇଁ ଏହି ଟୁଇଟ୍ ସେଭ୍ କରନ୍ତୁ ବୋଲି କହିଥିଲେ।

ଏହି  ବିଷୟରେ ସିଧାସଳଖ ରାହୁଲ ଉର୍ଫି ଜାଭେଦଙ୍କୁ ଟାର୍ଗେଟ୍‌ କରି ବୋଧ ହୁଏ କହିଛନ୍ତି। ଯାହା ସମସ୍ତଙ୍କୁ ଜଣାପଡୁଛି। କାହିଁକି ନା ସେ ଏବେ ଉର୍ଫିଙ୍କ ଲାଟେଷ୍ଟ ଲୁକ୍‌କୁ ନେଇ କହିଥିବେ । ନିକଟରେ ଉର୍ଫି ନ୍ୟୁଡ୍‌ କଲରର ଏକ ଅଣ୍ଡରଗାରମେଣ୍ଟ ପିନ୍ଧିଥିବାର ନଜର ଆସିଥିଲେ। ସୋସିଆଲ ମିଡିଆ ୟୁଜର୍ସମାନେ ରାହୁଲଙ୍କ ଏହି ଟ୍ୱିଟ୍‌ ଦେଖି ରିପ୍ଲାଏ ଦେଇ କହିଛନ୍ତି, “ସେ ଉର୍ଫିଙ୍କ ବିଷୟରେ କହୁଛନ୍ତି ଯିଏ କି ଏପରି ପୋଷାକ ପିନ୍ଧନ୍ତି। ଅନ୍ୟ ଜଣେ ଲେଖିଛନ୍ତି,” ସତ କୁହ ଉର୍ଫି ଜାଭେଦଙ୍କ ଫଟୋ ଥିଲା ନା ???

ଅନ୍ୟପଟେ ଏତେ ସବୁ କହିବା ପରେ ଶେଷରେ ରାହୁଲ୍‌ଙ୍କୁ ଜୋରଦାର ଟ୍ରୋଲ୍‌ କରାଯାଇଛି । ଏହା ସୋସିଆଲ୍‌ ମିଡିଆରେ ଖୁବ୍‌ ହଇଚଇ ସୃଷ୍ଟି ହୋଇଛି। ଅନେକ ୟୁଜର୍ସ କହିଛନ୍ତି କି ଜ୍ଞାନ ଦେଉଥିବା ଲୋକ ନିଜେ ଠିକ୍‌ ରୁହନ୍ତୁ । ରାହୁଲ ମଧ୍ୟ ନିକଟରେ ତାଙ୍କ ପତ୍ନୀଙ୍କ ବିକିନି ଫଟୋ ପୋଷ୍ଟ କରିଥିଲେ । ଜଣେ ୟୁଜର୍ସ କହିଥିଲେ – ବୋଧ ହୁଏ ଏଇ ଫଟୋ କଥା କହୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com