ଅଲ୍ଲାହବାଦ: ପ୍ରେମର ପ୍ରତୀକ ତାଜମହଲ ଏବେ ବିବାଦ ଘେରରେ। ତାଜ୍ମହଲ ତାଙ୍କ ଜାଗାରେ ହୋଇଛି ବୋଲି କିଏ ଦାବି କରୁଛି ତ ଆଉ କିଏ ତାଜମହଲ୍ର ଇତିହାସ ଖୋଜୁଛି। ତାଜ୍ମହଲ୍ରେ ବନ୍ଦ ଥିବା ୨୨ ଟି କୋଠରୀ ଖୋଲିବାକୁ ମଧ୍ୟ କୋର୍ଟରେ ଆବେଦନ ହୋଇଛି। ହେଲେ ଆଲ୍ଲାହବାଦ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।
ତାଜମହଲ୍ରେ ଇତିହାସ ସମ୍ପର୍କରେ ଗବେଷଣା କରିବା ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡି ଟିମ୍(ତଥ୍ୟ ଅନୁସନ୍ଧାନକାରୀ ଟିମ୍) ଗଠନ କରିବା ସହିତ ବନ୍ଦ ଥିବା ୨୨ ଟି ରୁମ୍ ଖୋଲିବାକୁ କୋର୍ଟରେ ଆବେଦନ ହୋଥିଲା। ହେଲେ କୋର୍ଟ ଏହାକୁ ଖାରଜ୍ କରିଦେଇଛନ୍ତି।
କୋର୍ଟ କହିଛନ୍ତି ଯେ ତାଜମହଲର ଇତିହାସ ସମ୍ପର୍କରେ ଜାଣିବା ପାଇଁ ଫ୍ୟାକ୍ଟ-ଫାଇଣ୍ଡିଂ ଟିମ୍ ପାଇଁ ଆବେଦନ କରିବା ଏକ ଯଥୋଚିତ ଆବେଦନ ନୁହେଁ। ଆବେଦନକାରୀ ଏହାର ଶୁଣାଣି କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ବନ୍ଦ ରୁମ୍ ଖୋଲିବା ସମ୍ବନ୍ଧରେ ଯେଉଁ ଆବେଦନ କରାଯାଇଛି ତାହା ଉପଯୁକ୍ତ ପ୍ରକ୍ରିୟା ମାଧ୍ୟମରେ ହେବା ଉଚିତ୍। ତେଣୁ ଏହା ଐତିହାସିକଙ୍କ ଉପରେ ଛାଡ଼ିବା ଦରକାର ବୋଲି କୋର୍ଟ କହିଛନ୍ତି।
Back to top button