ଓଡ଼ିଶା

ମଦ ନିଶା ଉଜାଡ଼ି ଦେଲା ସଂସାର; ସ୍ତ୍ରୀକୁ ମାରି ବିଷ ପିଇଦେଲା ସ୍ୱାମୀ

ପାଟଣାଗଡ଼: ମଦ ନିଶା ଉଜାଡ଼ି ଦେଲା ସଂସାର। ସାମାନ୍ୟ କଳହରୁ ମଦ ନିଶାରେ ଚୁର ସ୍ୱାମୀ ନିଜ ପତ୍ନୀର ଜୀବନ ନେଇଗଲା। ହେଲେ ନିଶା ଉତୁରିବା ପରେ ପାଦ ତଳୁ ଖସିଗଲା ମାଟି । ସ୍ତ୍ରୀକୁ ମାରିବା ଅନୁତାପରେ ଛଟପଟ ହେଉଥିବା ସ୍ୱାମୀ ଶେଷରେ ନିଜେ ବି ବିଷ ପିଇ ଜୀବନ ହାରିଲା।  ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଟସମଲେଇ ଗାଁରେ ଘଟିଛି।  ମୃତକ ସ୍ୱାମୀର ନାଁ ଘାସି ତଅଲା ଓ ମହିଳାଙ୍କ ନାଁ କୁନ୍ତୀ ତଅଲା  ।

ଗତକାଲି ରାତିରେ ଘାସି ତଅଲା ମଦ ପିଇ ଘରକୁ ଫେରିବା ପରେ ସ୍ତ୍ରୀ କୁନ୍ତି ତଅଲାଙ୍କ ସହିତ ତାଙ୍କର କଳହ ହୋଇଥିଲା। ଏହାପରେ  ଘାସି ଏକ ମାରଣାସ୍ତ୍ରରେ ସ୍ତ୍ରୀ ମୁଣ୍ଡକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।  ପତ୍ନୀଙ୍କୁ ହତ୍ୟା କରି ଘାସି  ଘରୁ ଫେରାର ହୋଇଯାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com