ଭୁବନେଶ୍ୱର: ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର । ଏହି ମେଡିକାଲ କଲେଜକୁ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଛି। ଏନେଇ MCL କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମେଡିକାଲ କଲେଜର ପ୍ରଶାସନିକ ଓ ପରିଚାଳନା ବାବଦକୁ ବ୍ୟୟ ଆକଳନ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ । ମେଡାକାଲ କଲେଜ ପାଇଁ ରାଜ୍ୟ ସରକାର ୨୦ ଏକର ଜାଗା ଦେବା ସହ ସବୁ ପ୍ରକାର ସହଯୋଗ କରିଥିଲେ । ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ରଖିଥିଲେ । ୫୦୦କୋଟି ଟଙ୍କା ଖର୍ଚ୍ଚରେ ୧୦୦ ସିଟ୍ ବିଶିଷ୍ଟ ମେଡ଼ିକାଲ କଲେଜର ନିର୍ମାଣ କାମ ସରିଛି।
Back to top button