ଓଡ଼ିଶା

ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ବାଇକ ଆରୋହୀଙ୍କ ଜୀବନ

ଖୋର୍ଦ୍ଧା: ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ । ମୃତକ କୁରୁମି ଗାଁର ଲକ୍ଷଣ ବେହେରା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ଲକ୍ଷଣ ବାଇକ ଯୋଗେ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ହଠାତ୍‌ ବାଘମାରୀ ଛକ ନିକଟରେ ଘଟିଲା ଦୁର୍ଘଟଣା । ଏକ ଅଜଣା ଗାଡି ଲକ୍ଷଣଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ସଂପର୍କରେ ଖବର ବାଘମାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com