ଓଡ଼ିଶା

ରାଜଧାନୀବାସୀଙ୍କ ପାଇଁ ଚିନ୍ତାର ଖବର, ପୁଣି ଦୁନିଆର ସବୁଠୁ ପ୍ରଦୂଷିତ ରାଜଧାନୀ ହେଲା ଦିଲ୍ଲୀ

ନୂଆଦିଲ୍ଳୀ :  ଦିଲ୍ଲୀ ଦୁନିଆର ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଛି । ପ୍ରଦୂଷଣ ମାମଲାରେ ବାଂଲାଦେଶର ରାଜଧାନୀ ଢାକା ଦ୍ୱିତୀୟ ସ୍ଥାନରେ ରହିଛି । ଲଗାତାର ଦ୍ୱିତୀୟଥର ପାଇଁ ଦିଲ୍ଲୀ ଦୁନିଆର ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଛି। ୨୦୨୧ରେ ମଧ୍ୟ ଏବଂ କେନ୍ଦ୍ରୀୟ ଏସିଆର ୧୫ ସବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରୁ ୧୨ ସହର ଭାରତର ଥିଲା । ଆଫ୍ରିକୀୟ ଦେଶ ଚାଡର ରାଜଧାନୀ ନଜାମିନା ତୃତୀୟ ଏବଂ ତଜାକିସ୍ତାନର ରାଜଧାନୀ ଦୁଶାଂୱେ ଚତୁର୍ଥ ଏବଂ ଓମାର ରାଜଧାନୀ ମକ୍ସଟ ପଞ୍ଚମ ସ୍ଥାନରେ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାୟୁ ଗୁଣବତ୍ତା ସୂଚକାଙ୍କର ମାନଦଣ୍ଡ ପୂରଣ କରିବାରେ ସବୁ ଦେଶର ସହର ବିଫଳ ହୋଇଛନ୍ତି।
ୱାର୍ଲଡ ଏୟାର କ୍ୱାଲିଟି ରିପୋର୍ଟ ୨୦୨୧ ଅନୁସାରେ ଗତ ବର୍ଷ ଦିଲ୍ଲୀର ପିଏମ ୨.୫ରେ ୧୪.୬ ପ୍ରତିଶତ ବୃଦ୍ଧି ହୋଇଛି। ଏପରିକି ଭାରତର କୌଣସି ସହର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ପୂରଣ କରୁନାହାନ୍ତି। ୧୧୭ ଦେଶର ୬,୪୭୫ ସହରର ପିଏମ ୨.୫ ଡାଟା ଉପରେ ଏହି ରିପୋର୍ଟ ଅଧାରିତ। ରିପୋର୍ଟ ଅନୁସାରେ, ମଧ୍ୟ ଏବଂ ଦକ୍ଷିଣ ଏସିଆର କିଛି ସହରରେ ଦୁନିଆର ସବୁଠୁ ଅଧିକ ପ୍ରଦୂଷିତ ବାୟୁ ରହିଛି। ବିଶ୍ୱର ୫୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୪୬ ସହର ଏହି ଦୁଇ ଅଞ୍ଚଳର।
ମଧ୍ୟ ଏବଂ ଦକ୍ଷିଣ ଏସିଆରେ ଇରାନ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ସାମିଲ ରହିଛି। ରାଜସ୍ଥାନର ଭିବଣ୍ଡା ସବୁଠୁ ପ୍ରଦୂଷିତ ଅଞ୍ଚଳିତ ସହର। ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ପିଏମ ୨.୫ର ଭୂମିକା ସବୁଠୁ ଅଧିକ ଧାରଯାଏ। ବାୟୁରେ ଏହାକ ମାତ୍ରା ଅଧିକ ହେବା ଯୋଗୁଁ ଆସ୍ଥମା, ଷ୍ଟ୍ରୋକ୍, ହୃତପିଣ୍ଡ ଏବଂ ଫୁସଫୁସ ସହ ଜଡିତ ରୋଗ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ପିଏମ ୨.୫ ଯୋଗୁଁ ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com