ଜାତୀୟ

ସୀମା ଟପିଗଲା ବର୍ବରତା, ସର୍ବସାଧାରଣରେ ମହିଳା ଆଇନଜୀବୀଙ୍କୁ ଆକ୍ରମଣ: ଭିଡିଓ ଭାଇରାଲ ପରେ ବନ୍ଧାହେଲେ ଅଭିଯୁକ୍ତ

ତାମିଲନାଡୁ: କର୍ଣ୍ଣାଟକ ବାଗଲକୋଟରେ ସୀମା ଟପିଗଲା ବର୍ବରତା । ଜଣେ ମହିଳା ଆଇନଜୀବୀଙ୍କୁ ନିସ୍ତୁକ ମାଡ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ମାରପିଟ୍ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜମିଜମା ବିବାଦକୁ କେନ୍ଦ୍ରକରି ମହନ୍ତେଶ ନାମକ ଜଣେ ବ୍ୟକ୍ତି ଦିନ ଦ୍ୱିପ୍ରହରରେ ମହିଳା ଆଇନଜୀବୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସବୁଠି ଚର୍ଚ୍ଚା ଜୋର ହେଉଛି । ଏହି ଭିଡିଓ ଆଧାରରେ ବାଗଲକୋଟ ପୋଲିସ ମହନ୍ତେଶକୁ ଗିରଫ କରିଛି । ସୂଚନା ଥାଉକି, ମହନ୍ତେଶ ଏବଂ ଆଇନଜୀବୀ ଜଣଙ୍କ ଉଭୟ ପଡୋଶୀ । ଭିଡିଓରେ ଦେଖାଯାଇଥିବା ଦୃଶ୍ୟରେ ମହନ୍ତେଶ ରାଗିଯାଇ ଜୋର ଜବରଦସ୍ତି ମହିଳାଙ୍କ ଉପରେ ଆକ୍ରମଣ କରୁଛନ୍ତି ।

ଥରେ ନୁହେଁ କି ଦୁଇଥର କେତେଥର ଚାପୁଡା ମାରୁଛନ୍ତି । ଏମିତିକି ପେଟକୁ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ଫଳରେ ମହିଳା ଆଇନଜୀବୀ ଜଣଙ୍କ କଷ୍ଟରେ ଚିତ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com