ଜାତୀୟମନୋରଞ୍ଜନ

ଆଦିତ୍ୟ ନାରାୟଣ ସେୟାର କଲେ ଝିଅ ତ୍ୱିସାଙ୍କ ପ୍ରଥମ ଝଲକ, କହିଲେ- ନିଜକୁ ଭାଗ୍ୟବାନ ମନେ କରୁଛି

ନୂଆଦିଲ୍ଳୀ ୧୧।୦୩ : ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣଙ୍କ ପୁଅ ତଥା ବଲିଉଡ ଆକ୍ଟର ତଥା ସିଙ୍ଗର ଆଦିତ୍ୟ ନାରାୟଣ ବର୍ତ୍ତମାନ କିଛି ଦିନ ତଳେ ପିତା ହବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ପତ୍ନୀ ଶ୍ଵେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କିଛି ଦିନ ପୂର୍ବେ ନିଜ ଝିଅର ନାଁ ଘୋଷଣା କରିଥିବା ବେଳେ ନିଜ ଝିଅର ଫଟୋ ବି ଫ୍ୟାନ୍ସଙ୍କ ସାମ୍ନାରେ ସେୟାର କରିଛନ୍ତି ଆଦିତ୍ୟ। ଏହାର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହା ଖୁବ ଲୋକପ୍ରିୟତା ବି ହାସଲ କରିସାରିଛି।
ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହିଁ ଆଦିତ୍ୟ ଏହି ସବୁ ଫଟୋ ସେୟାର କରିଛନ୍ତି। ଝିଅ ତ୍ୱିସା ନାରାୟଣର ପ୍ରଥମ ଝଲକ ସେୟାର କରି ଆଦିତ୍ୟ ଲେଖିଛନ୍ତି କି, ମୁଁ ଏହି ସମୟରେ ନିଜକୁ ଖୁବ ଭାଗ୍ୟବାନ ମନେ କରୁଛି। ମୁଁ କିଛି ଦିନ ପାଇଁ ସୋସିଆଲ ମିଡ଼ିଆରୁ ଛୁଟି ନେବାକୁ ଚାହୁଁଛି। ଆଗକୁ କିଛି ସପ୍ତାହ ନିଜ ଗେହ୍ଲି ଝିଅ ସହିତ ସମୟ ବିତେଇବାକୁ ଚାହୁଁଛି। ସେୟାର ହୋଇଥିବା ଫଟୋରେ ଆଦିତ୍ୟ ନିଜ ଛାତିରେ ଝିଅକୁ ଜାବୁଡି ଧରିଛନ୍ତି। କ୍ୟାମେରା ସାମ୍ନାକୁ ଦେଖି ହସୁଛନ୍ତି।
ଆଦିତ୍ୟ ଏହି ଫଟୋକୁ ସେୟାର କରିବା ପରେ ଫ୍ୟାନ୍ସ ମାନେ ବି ଏହାକୁ ଦେଖି ଖୁବ ପସନ୍ଦ କରୁଛନ୍ତି। ଏହି ପୋଷ୍ଟ ସେୟାର କରାଯିବାର କିଛି ସମୟରେ ଭିତରେ ହିଁ ୧୬ ହଜାରରୁ ଅଧିକ ଲାଇକ୍ସ ମିଳିଛି । ଫ୍ୟାନ୍ସଙ୍କ ବ୍ୟତୀତ ଇଣ୍ଡଷ୍ଟ୍ରିର ଆକ୍ଟର ମାନେ ବି ଖୁବ କମେଣ୍ଟ କରିଥିବାର ନଜର ଆସିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com