ଜାତୀୟ

ଓୱେସୀଙ୍କୁ ଆକ୍ରମଣ ପରେ ୧୦୧ ଛେଳି ବଳି ପକାଇଲେ ବ୍ୟବସାୟୀ

ହାଇଦ୍ରାବାଦ: ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀଙ୍କ ସୁରକ୍ଷିତ ଓ ଦୀର୍ଘ ଜୀବନୀ କାମନା କରି ଜଣେ ବ୍ୟବସାୟୀ ୧୦୧ଟି ଛେଳି ବଳି ଚଢ଼ାଇଛନ୍ତି। ହାଇଦ୍ରାବାଦର ବାଘ-ଇ-ଜାହାନାରା ନିକଟରେ ଏହି ବଳି ସମାପନ ହୋଇଛି।  ଏହି କାର୍ଯ୍ୟକ୍ରମରେ ମାଲାକପେଟ୍‌ ବିଧାୟକ ଏବଂ ଏଆଇଏମଆଇଏମ ନେତା  ଅହମ୍ମଦ ବାଲା ଯୋଗ ଦେଇଥିଲେ। କିଛି ଦିନ ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ  ୟୁପିର ମିରଟ ଗସ୍ତରେ ଥିବା ବେଳେ ଆସାଦୁଦ୍ଦିନଙ୍କ କାର ଉପରକୁ ଗୁଳିମାଡ଼ ହୋଇଥିଲା।

ଏହି ଆକାକ୍ରମଣରୁ ସେ ଅଳ୍ପକେ ବର୍ତ୍ତିଯାଇଥିଲେ।  ଫେବୃଆରୀ ୩ରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ  ତାଙ୍କ ସମର୍ଥକ ମାନେ ଅସାଦୁଦ୍ଦିନଙ୍କ ନିରାପଦ ତଥା ଦୀର୍ଘାୟୁ ଜୀବନୀ କାମନା କରି ପ୍ରାର୍ଥନା କରୁଛନ୍ତି । ଏଥିସହ  ଅସାଦୁଦ୍ଦିନଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜେଡ୍‌-କେଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ଅବସ୍ୟ ସେହି ସୁରକ୍ଷା ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

ସୂଚନା ଅନୁଂୟୀ, ଓୱେସୀ  ମୀରଟର କିଥାଉରରେ ପ୍ରଚାର କରିବାକୁ ଯାଇଥିଲେ। ସେଠାରୁ ଦିଲ୍ଲୀ ଫେରୁଥିଲେ। ତେବେ ତାଙ୍କ ଗାଡ଼ି ଉପରକୁ ଚାଜାରସି ଟୋଲ ପ୍ଲାଜା ନିକଟରେ ଗୁଳିମାଡ଼ ହୋଇ ଥିଲା । ଘଟଣା ସମ୍ପର୍କରେ ଓୱେସୀ କହିଥିଲେ, “ମୀରଟ କାର୍ଯ୍ୟକ୍ରମ ପରେ ମୁଁ ଦିଲ୍ଲୀ ବାହାରିଥିଲି। ତେବେ ୨ ଜଣ ବ୍ୟକ୍ତି ଚାଜାରସି ଟୋଲ ପ୍ଲାଜା ନିକଟରେ ମୋ ଗାଡ଼ି ଉପରକୁ ୩ରୁ ୪ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ସେମାନେ ମୋଟ ୩ରୁ ୪ ଜଣ ଥିଲେ। ଗୁଳି ମାଡ଼ରେ ତାଙ୍କ ଗାଡ଼ିର ଚକା ପମ୍ପଚର ହୋଇଯାଇଛି।

ସେ  ସେଠାରୁ ଆଉ ଗୋଟିଏ ଗାଡ଼ିରେ ଦିଲ୍ଲୀ ଆସିଥିଲେ। ଗୁଳି ମାଡ଼ରେ ତାଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ କିନ୍ତୁ ସୁରକ୍ଷିତ ଦିଲ୍ଲୀ ଫେରି ପାରିଛନ୍ତି। ଏହି ଘଟଣାରେ  ମୁଖ୍ୟ ଅଭିଯୁକ୍ତ ସଚ୍ଚିନ ଜପଣ୍ଡିତ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।  ତାଙ୍କଠାରୁ ୯ଏମଏମ ପିସ୍ତଲ ଜବତ କରାଯାଇଛି। ସେହିପରି ପୁଲିସ ଅହାଉ ଜଣେ  ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୁଳି ଚଳାଇଥିବା ଅଭିଯୁକ୍ତ ସଚ୍ଚିନ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com