ଅନ୍ତର୍ଜାତୀୟଜାତୀୟ

ବିମାନବନ୍ଦର ଡିସ୍‌ପ୍ଲେ ସ୍କ୍ରିନ୍‌ରେ ହଠାତ୍ ଚାଲିଲା ଅଶ୍ଲୀଳ ଫିଲ୍ମ, ଯାତ୍ରୀ ହୋଇଗଲେ ହତବାକ

ବ୍ରାସିଲିଆ: ବ୍ରାଜିଲ ବିମାନବନ୍ଦରରେ ଶୁକ୍ରବାର ଦିନ ଏକ ଅଜବ ଘଟଣା ଘଟିଛି । ଏହାକୁ ଦେଖି ବିମାନବନ୍ଦରରେ ଉପସ୍ଥିତ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିମାନବନ୍ଦରର ଡିସ୍‌ପ୍ଲେ ସ୍କ୍ରିନ୍‌ରେ ହଠାତ ବିଜ୍ଞାପନ ଏବଂ ବିମାନ ସେବା ବିଷୟରେ ସୂଚନା ପରିବର୍ତ୍ତେ ଅଶ୍ଳୀଳ ଫିଲ୍ମ ଚାଲିଥିଲା ।  ଏ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ପାଇବା ମାତ୍ରେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷ ଇନଫ୍ରାଏରୋ କହିଛନ୍ତି ଯେ, ଶୁକ୍ରବାର ଦିନ ରିୟୋ ଡି ଜିନେରିଓ ସ୍ଥିତ ବିମାନବନ୍ଦରରେ ଇଲେକ୍ଟ୍ରୋନିକ୍ ଡିସ୍‌ପ୍ଲେ ସ୍କ୍ରିନ୍ ହ୍ୟାକ୍ ହୋଇଥିବା ନେଇ ପୋଲିସକୁ ସୂଚନା ଦିଆଯାଇଛି । ସେପଟେ ପୋଲିସ କହିଛି ଯେ, ପୋଲିସର ଏକ ଟିମ୍ ଏନେଇ ଯାଞ୍ଚ କରୁଛି । ଏହା ପଛରେ କୌଣସି ହ୍ୟାକରର ହାତ ଅଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା ଜାରି ରଖିଛି ଟିମ୍ ।

ସୋସିଆଲ ମିଡିଆରେ ଏହି ଘଟଣା ସହ ଜଡିତ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ସାଣ୍ଟୋସ୍ ଡୁମୋଣ୍ଟ ବିମାନବନ୍ଦରରେ ଯାତ୍ରୀମାନଙ୍କୁ ଡିସ୍‌ପ୍ଲେ ସ୍କ୍ରିନ୍ ଦେଖି ହସୁଥିବା ଏବଂ ସେସବୁକୁ ନିଜ ପିଲାମାନଙ୍କଠାରୁ ଲୁଚାଉଥିବା ଦେଖିବାକୁ ମିଳିଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଇଲେକ୍ଟ୍ରୋନିକ୍ ଡିସ୍‌ପ୍ଲେ ସ୍କ୍ରିନ୍‌ରେ ପ୍ରଦର୍ଶିତ ସୂଚନା ସେବାର ଦାୟିତ୍ବ ଅନ୍ୟ ଏକ କମ୍ପାନୀର । କମ୍ପାନୀକୁ ଏ ବିଷୟରେ ଅବଗତ କରାଯାଇଛି । ଇନଫ୍ରାଏରୋ କହିଛନ୍ତି ଯେ, ହ୍ୟାକ୍ ହୋଇଥିବା ସ୍କ୍ରିନ୍‌କୁ ବନ୍ଦ କରିଦିଆଯାଇଛି ।

ଇନଫ୍ରାଏରୋ କହିଛନ୍ତି ଯେ, ସ୍କ୍ରିନ୍‌ରେ ଯାହା ଘଟିଲା ସେଥିରେ ତାଙ୍କର କୌଣସି ସମ୍ପର୍କ ନାହିଁ । ସ୍କ୍ରିନ୍‌ରେ ବିଜ୍ଞାପନ ଦେଖାଇବା ପାଇଁ ଆମେ ଏକ ଥାର୍ଡପାର୍ଟି ଏଜେନ୍ସୀକୁ ନିଯୁକ୍ତ କରିଛୁ । ସେହି କମ୍ପାନୀ ଏହା ଉପରେ ବିଜ୍ଞାପନ ଦେଖାଏ । କମ୍ପାନୀକୁ ଏ ବାବଦରେ ସୂଚନା ମଗାଯାଇଛି । ଡିସପ୍ଲେ ସ୍କ୍ରିନ୍‌କୁ ହ୍ୟାକ୍ କରାଯାଇଛି କିମ୍ବା ଭୁଲରେ ସେଥିରେ ଅଶ୍ଳୀଳ ଫିଲ୍ମ ଚଲାଯାଇଛି ତାର ତଦନ୍ତ ଚାଲିଛି । ବର୍ତ୍ତମାନ ସେହି ଡିସ୍‌ପ୍ଲେ ସ୍କ୍ରିନ୍‌କୁ ବନ୍ଦ କରିଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com