Featuredଅନ୍ତର୍ଜାତୀୟଜାତୀୟ

ପୃଥିବୀର ସବୁଠୁ ଅଧିକ ନିକଟତର ହେବ ଗୁରୁ ଗ୍ରହ ବୃହସ୍ପତି

ସୌର ମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ ବୃହସ୍ପତି ପୃଥିବୀର ଅତି ନିକଟତର ହେବ । ମାତ୍ର ୫ ଦିନ ପରେ ଆକାଶରେ ଦେଖାଦେବ ମହାଜାଗତିକ ଦୃଶ୍ୟ । ନାସା ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ବିରଳ ଘଟଣା ଦୀର୍ଘ ୫୯ ବର୍ଷ ପରେ ଘଟିବାକୁ ଯାଉଛି । ସେପ୍ଟେମ୍ବର ୨୬ ତାରିଖ । ପୃଥିବୀର ନିକଟତର ହେବ ଗୁରୁ ଗ୍ରହ ବୃହସ୍ପତି । ଏହି ଦିନ ବୃହସ୍ପତି ସୂର୍ଯ୍ୟଙ୍କର ଠିକ ବିପରୀତ ଦିଗରେ ଦୃାଶ୍ୟମାନ ହେବ । ଏହା ପୃଥିବୀ ପୃଷ୍ଠରୁ ଦୃଶ୍ୟମାନ ହେବ । ବୃହସ୍ପତିଙ୍କର ଏହି ଚଳନକୁ ବୈଜ୍ଞାନିକ ଭାଷାରେ ‘ଅପୋଜିସନ୍’ ବୋଲି କୁହାଯାଉଛି ।ଅବଶ୍ୟ ବୃହସ୍ପତିଙ୍କର ଅପୋଜିସନ ଏକ ସାମାନ୍ୟ ପ୍ରକ୍ରିୟା । ପ୍ରତି ୧୩ ମାସରେ ଥରେ ବୃହସ୍ପତି ନିଜର ସ୍ଥାନ ପରିବର୍ତ୍ତନ କରନ୍ତି । ପ୍ରତିବର୍ଷ ପୃଥିବୀ ଓ ବୃହସ୍ପତି ପରସ୍ପରର ନିକଟତର ହୁଅନ୍ତି । କିନ୍ତୁ ଏଥର ୨୬ ତାରିଖରେ ଯାହା ଘଟିବ ତାହା ସବୁଠୁ ବିରଳ । କାରଣ ଏଥର ଦୁଇଟି ଗ୍ରହର ସବୁଠାରୁ ଅଧିକ ନିକଟତର ହେବେ । ଫଳରେ ଆକାଶରେ ଖାଲି ଆଖିରେ ବୃହସ୍ପତି ଗ୍ରହକୁ ଦେଖିହେବ ବୋଲି ନାସାର ବୈଜ୍ଞାନିକ ମାନେ ମତ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com