Breaking NewsFeaturedରାଜନୀତି

ମୋଦିଙ୍କୁ ଛାଡ଼ିବେନି ରାହୁଲ୍!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଛାଡ଼ିବେନି କଂଗ୍ରେସ ନେତା ରାହୁଲ ଗାନ୍ଧି। ଲୋକସଭା ସଦସ୍ୟ ପଦ ଫେରି ପାଇବା ପରେ କଂଗ୍ରେସ ନେତା ରାହୁଲ ପ୍ରଥମଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ୱାୟନାଡ଼ ଗସ୍ତ କରିଥିବାବେଳେ ସେଠାରେ ମଧ୍ୟ ଉଠାଇଥିଲେ ମଣିପୁର ପ୍ରସଙ୍ଗ। ସଦସ୍ୟ ପଦ ଫେରିପାଇବା ପରେ ପ୍ରଥମେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଅନର୍ଗଳ ବର୍ଷିଥିଲେ ରାହୁଲ ଗାନ୍ଧି। ଯାହା ସାରା ଦେଶରେ ଖୁବ୍‌ ଚର୍ଚ୍ଚା ହେଉଛି। ଗୃହରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଥିଲେ। ମୌସୁମୀ ଅଧିବେଶନ ସରିବା ପରେ ରାହୁଲ ଦୁଇ ଦିନିଆ ୱାୟନାଡ଼ ଗସ୍ତ କରିଥିଲେ।

ରାହୁଲଙ୍କ ଗସ୍ତ ପାଇଁ କେରଳ କଂଗ୍ରେସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ରାହୁଲଙ୍କୁ ବିପୁଳ ସ୍ୱାଗତ ସହ ନିଜ ନିର୍ବାଚନ ମଣ୍ଡଳୀର କିଭଳି ସଫଳ କାର୍ଯ୍ୟକ୍ରମ ହୋଇପାରିବ ସେ ନେଇ ଯୋଜନା କରାଯାଇଥିଲା। ଯାହା ସଫଳ ହୋଇଛି ବୋଲି କଂଗ୍ରେସ ଶିବିର ପକ୍ଷରୁ କୁହାଯାଇଛି। ନିଜ ନିର୍ବାଚନ ମଣ୍ଡଳୀର ବହୁ ଉନ୍ନୟନମୂଳକ କାର୍ଯ୍ୟରେ ଶୁଭାରମ୍ଭ କରବା ସହ ରବିବାର ନାଲୋରନାଦ ଠାରେ ଥିବା ଆମ୍ବେଦକର ମେମୋରିଆଲ କର୍କଟ କେନ୍ଦ୍ର ପାଇଁ ଏଚଟି ପାୱାର ଷ୍ଟେସନର ଉଦଘାଟନ କରିଛନ୍ତି ରାହୁଲ।

ତେବେ ୱାୟନାଡରେ ପହଞ୍ଚି ରାହୁଲ ପ୍ରଥମେ ମଣିପୁର ପ୍ରସଙ୍ଗ ଉଠାଇଥିଲେ। ମୋଦି ସାଙ୍ଗିଆ ସମ୍ପର୍କିତ ବିବାଦୀୟ ଟିପ୍ପଣୀ ପାଇଁ ଦଣ୍ଡାଦେଶ ଯୋଗୁ ରାହୁଲ ଲୋକସଭା ସଦସ୍ୟ ପଦ ହରାଇଥିଲେ। ଯେଉଁଥିପାଇଁ ତାଙ୍କ ସଂସଦୀୟ କ୍ଷେତ୍ରରେ ଉପନିର୍ବାଚନ ହେବ ବୋଲି କୁହାଯାଉଥିଲା। କିନ୍ତୁ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ରାହୁଲ ସଦସ୍ୟ ପଦ ଫେରିପାଇଛନ୍ତି। ଏପରିକି ସଦସ୍ୟ ପଦ ହରାଇବା ପରେ ମଧ୍ୟ ରାହୁଲ ନିଜ ସଂସଦୀୟ କ୍ଷେତ୍ର ୱାୟନାଡ଼ ଯିବା ସହ ସତ୍ୟମେବ ଜୟତେ ରାଲି କରିଥିଲେ। ଯେଉଁଥିରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଥିଲା। ତେଣୁ ସଦସ୍ୟ ପଦ ଫେରି ପାଇବା ପରେ ଏବେ ରାହୁଲଙ୍କ ଗସ୍ତ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ସେପଟେ ୱାୟନାଡରେ ରାହୁଲ ମଣିପୁର ପ୍ରସଙ୍ଗ ଉଠାଇ କେନ୍ଦ୍ରର ବିଜେପିକୁ ଟାର୍ଗେଟ କରିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com