ନୂଆଦିଲ୍ଲୀ:ଜ୍ଞାନବାପୀ ମସଜିଦରୁ ବାହରିଲା ଶିବଲିଙ୍ଗ । ଏହାପରେ କୋର୍ଟ ଉକ୍ତ ସ୍ଥାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ଭେରେ ଶେଷ ଦିନରେ ଶିବ ଲିଙ୍ଗ ମିଳିବା ପରେ ହିନ୍ଦୁ ପକ୍ଷ ଉତ୍ସାହିତ ହୋଇଛନ୍ତି । ବାରଣାସୀ କୋର୍ଟ ଜିଲ୍ଲାପାଳଙ୍କୁ କହିଛନ୍ତି ଯେ, ଯେଉଁ ସ୍ଥାନରେ ଶିବଲିଙ୍ଗ ମିଳିଛି ଉକ୍ତ ସ୍ଥାନକୁ ତୁରନ୍ତୁ ସିଲ୍ କରାଯାଉ । ଏହାସହ କୌଣସି ବ୍ୟକ୍ତିଙ୍କୁ ସେଠାକୁ ଯିବାକୁ ନଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଦାୟିତ୍ବ ଜିଲ୍ଲା ପ୍ରଶାସନ ଏବଂ ସିଆରପିଏଫକୁ ପ୍ରଦାନ କରାଯାଇଛି । ଆହୁରି ମଧ୍ୟ କୋର୍ଟ କହିଛନ୍ତି ଯେ, ଯେଉଁ ସ୍ଥାନକୁ ସିଲ୍ କରାଯାଇଛି, ତାକୁ ସଂରକ୍ଷିତ ଏବଂ ସୁରକ୍ଷିତ ରଖିବାର ଦାୟିତ୍ବ ଜିଲ୍ଲାପାଳ, ପୋଲିସ କମିଶନର ଏବଂ ସିଆରପିଏଫ କମାଣ୍ଡାଣ୍ଟଙ୍କର ଅଟେ। ଜ୍ଞାନବାପୀ ମସଜିଦରେ ସର୍ଭେ ଶେଷ ହୋଇଛି । କିନ୍ତୁ ଦାବି ଉପରେ ଏବେ ବିବାଦ ଦେଖାଦେଇଛି । ଶେଷ ଦିନର ସର୍ଭେ ପରେ ହିନ୍ଦୁ ପକ୍ଷ ସେଠାରୁ ଶିବଲିଙ୍ଗ ମିଳିଥିବାର ଦାବି କରିଥିଲେ । ଏକ କୂଅରୁ ଜଳ ନିଷ୍କାସନ ହେବା ମାତ୍ରେ ସେଠାରେ ୧୨.୮ ଫୁଟ ବ୍ୟାସାର୍ଦ୍ଧାର ଏକ ଶିବଲିଙ୍ଗ ମିଳିଥିଲା । ଅନ୍ୟପଟେ କିନ୍ତୁ ମୁସଲିମ୍ ସମ୍ପ୍ରଦାୟ କହିଛନ୍ତି ଯେ, ଦାବି ମୁତାବକ କୌଣସି ଜିନିଷ ମିଳିନାହିଁ ।
Back to top button