ଓଡ଼ିଶା

ଭିସୁଟ ଛାତ୍ରବାସରେ ଗଣ୍ଡଗୋଳ, ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଶୃଙ୍ଖଳା କମିଟି

ସମ୍ବଲପୁର: ଭିସୁଟର ପୁଲହ ଛାତ୍ରବାସରେ ଗଣ୍ଡଗୋଳ । ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ସାଙ୍ଗକୁ ଭଙ୍ଗାରୁଜା କଲେ ଛାତ୍ର । ଘଟଣା ଘଟିବା ପରେ ଶୃଙ୍ଖଳା କମିଟି ବୈଠକ ବସିବା ସହ ସମ୍ପୃକ୍ତ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ ।

ଖବର ଅନୁଯାୟୀ, ରବିବାର ରାତି ସମୟର ଇଟିସି ବିଭାଗର ଛାତ୍ର ଗେଟ୍ ସମ୍ମୁଖରେ କୌଣସି କଥାକୁ ନେଇ ସୁରକ୍ଷା କର୍ମୀଙ୍କ ସହ ଗଣ୍ଡଗୋଳ କରିଥିଲେ । ପରେ ତାହା ଭୟଙ୍କର ରୂପ ଧାରଣ କରିଥିଲା । ଏପରିକି ଛାତ୍ରଜଣକ ଛାତ୍ରବାସର ଜିନିଷପତ୍ର ଫୋଫାଡିବା ସହ ଭଙ୍ଗାରୁଜା କରିଥିଲେ। ଏହାପରେ ସମ୍ପୃକ୍ତ ଛାତ୍ରଙ୍କ ଉପରେ ୧୫ ହଜାର ଟଙ୍କାର ଜରିମାନା ଲଗାଯାଇଥିବା ବେଳେ ମରାମତି ଖର୍ଚ୍ଚ ବହନ କରିବାକୁ ନିର୍ଦ୍ଦେଶ ଦେଇଛି ଶୃଙ୍ଖଳା କମିଟି ।

Related Articles

Back to top button
WP Twitter Auto Publish Powered By : XYZScripts.com