ଓଡ଼ିଶା

ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ସମୀକ୍ଷା କଲେ ଜିଲ୍ଲା ପାଳ

ପୁରୀଜିଲ୍ଲାପାଳ ସମର୍ଥ ବର୍ମା ପେଣ୍ଠକଟା ସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଓ ତାଳବଣିଆରେ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ କ୍ରିକେଟ ପଡିଆ, ଜିମ୍ନାଷ୍ଟିକ୍, ସନ୍ତରଣ, ଆଥଲେଟିକ୍ ଆଦି ବହୁବିଧ କ୍ରୀଡା ଏବଂ ଶହେ ଶଯ୍ୟା ବିଶିଷ୍ଟ ସ୍ପୋର୍ଟସ ହଷ୍ଟେଲ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହା ଦ୍ବାରା ପୁରୀ ଜିଲ୍ଲାର ଖେଳାଳିମାନେ ଉତ୍ତମ ଭିତ୍ତିଭୂମି ପାଇପାରିବା ସହ ସେମାନଙ୍କ ପ୍ରତିଭା ବିକାଶରେ ଏହା ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ସଂପୃକ୍ତ ସଂସ୍ଥା ୱାପକ୍ସକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପରେ ଜିଲ୍ଲାପାଳ ତାଳବଣିଆରେ ଥିବା ସ୍ପୋର୍ଟସ କମ୍ପ୍ଲେକ୍ସ ବୁଲି ଦେଖିବା ସହ ସେଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ବିଭିନ୍ନ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସେଠାରେ ଚାଲିଥିବା ଆନ୍ତଃ କ୍ଲବ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚର ଉଭୟ ଦଳର ଖେଳାଳିଙ୍କ ସହ ଜିଲ୍ଲାପାଳ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ କରିଥିଲେ ।

ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଆଥଲେଟିକ ସଂଘ ସଂପାଦକ ରବିଶଙ୍କର ପ୍ରତିହାରୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com