ଓଡ଼ିଶା

ପ୍ରକାଶ ପାଇଲା OJEE- ୨୦୨୨ ପାଇଁ ପରୀକ୍ଷା ସୂଚୀ।

ଭୁବନେଶ୍ଵର: ପ୍ରକାଶ ପାଇଲା OJEE- ୨୦୨୨ ପାଇଁ ପରୀକ୍ଷା ସୂଚୀ। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ସରିବ। ଜୁନ୍ ୨୭ ତାରିଖରୁ OJEE ୱେବସାଇଟ୍‌ରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ।  ସକାଳ ୯ଟାରୁ ୩ଟି ସିପ୍ଟରେ ପରୀକ୍ଷା ହେବ। ଜୁଲାଇ ୪ରେ ୩ଟି ଯାକ ସିପ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ। ୫ ତାରିଖରେ ୧ମ ଓ ୨ୟ ସିପ୍ଟରେ ଏମସିଏ/ଏମଏସସି ପରୀକ୍ଷା ହେବ। ସେହିପରି ୩ୟ ସିପ୍ଟରେ M. Tech, M. Pharm, B.CAT ପରୀକ୍ଷା ହେବ। ୬ ତାରିଖ ଦିନ ପ୍ରଥମ ଓ ଦ୍ଵିତୀୟ ସିପ୍ଟରେ ଏମବିଏ, ୩ୟ ସିପ୍ଟରେ ଇଣ୍ଟିଗ୍ରେଟେଡ୍ ଏମବିଏ ପରୀକ୍ଷା ହେବ। ୮ ତାରିଖରେ କେବଳ ୧ମ ଓ ୨ୟ ସିପ୍ଟରେ ବି ଫାର୍ମା ପ୍ରବେଶିକା ପରୀକ୍ଷା ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com