Featuredଓଡ଼ିଶା

ଷ୍ଟାଡିୟମ୍‌ରେ ବସି ଖେଳ ଦେଖିବେ ଛାତ୍ରଛାତ୍ରୀ, ୫୦୦ ଟିକଟ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ
କରିଛନ୍ତି। ଏହି ଗସ୍ତ ଅବସରରେ ମନ୍ତ୍ରୀ ରାଉରକେଲାସ୍ଥିତ ଉଦିତନଗର ହାଇସ୍କୁଲ ପରିଦର୍ଶନ
କରିଥିଲେ। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆୟୋଜିତ ହେଉଥିବା ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଖେଳ ଦେଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସେ ଉତ୍ସାହିତ କରିଥିଲେ ଏବଂ ୫୦୦ ବିଶ୍ୱକପ୍‌ ହକି ଖେଳର ଟିକେଟ ପିଲାମାନଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ବେଶ ଆନନ୍ଦର ସହ ପୁରୁଷ ବିଶ୍ୱକପ୍‌ ହକି ଖେଳ ଉପଭୋଗ କରିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com