
ନୂଆଦିଲ୍ଲୀ: ବାପା-ମାଆ ହେଲେ ବଲିଉଡ଼ର ଚର୍ଚ୍ଚିତ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହ। ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଅଭିନେତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶନିବାର ଦୀପିକାଙ୍କୁ ତାଙ୍କ ମାଆ ଉଜ୍ଜଲା ପାଦୁକୋନ ଓ ସ୍ଵାମୀ ରଣବୀର ସିଂହଙ୍କ ସହ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ।
ବର୍ତ୍ତମାନ ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ଦୀପିକା-ରଣବୀର ଶିଶୁ କନ୍ୟାର ପିତାମାତା ହୋଇଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ମଧ୍ୟ ତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛନ୍ତି । ଦୀପିକା ପାଦୁକୋନଙ୍କୁ ସେପ୍ଟେମ୍ବର ୭ ତାରିଖରେ ମୁମ୍ବାଇର HN ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସେବେଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଭଲ ଖବରକୁ ଅପେକ୍ଷା କରିଥିଲେ । ରବିବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦୀପିକା । ଗଣେଶ ଚତୁର୍ଥୀ ପରଦିନ ଦୀପବୀରଙ୍କ ଘରକୁ ହୋଇଛି ଲକ୍ଷ୍ମୀଙ୍କ ଆଗମନ।
ତେବେ ସେପ୍ଟେମ୍ବର ୨୮ରେ ଦୀପିକାଙ୍କ ପ୍ରସବ ହେବ ବୋଲି କୁହାଯାଉଥିବାବେଳେ ୨୦ ଦିନ ପୂର୍ବରୁ ସେପ୍ଟେମ୍ବର ୮ରେ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଦୀପିକା-ରଣବୀରଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ଏହା ପରଠାରୁ ଖୁସି ଖବରକୁ ଅପେକ୍ଷା କରିଥିଲେ ପ୍ରଶଂସକଙ୍କୁ ମିଳିଛି ଖୁସିଖବର । ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଦୀପିକା ଗର୍ଭବତୀ ଥିବା ଘୋଷଣା କରିଥିଲେ ଏହି ଦମ୍ପତି ।