Featuredଅନ୍ତର୍ଜାତୀୟଜାତୀୟ

ଜାପୋରିଝିଆରେ କ୍ଷେପଣାସ୍ତ୍ର ଆକ୍ରମଣ,୧୩ ମୃତ

ୟୁକ୍ରେନର ଦକ୍ଷିଣ ପୂର୍ବ ଜାପୋରିଝିଆ ସହରରେ ରୁଷ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଶିଶୁଙ୍କ ସମେତ ୪୯ ଜଣ ଆହତ ହୋଇଛନ୍ତି। ଏହି ସହରରେ ଅବସ୍ଥିତ ପରମାଣୁ କେନ୍ଦ୍ର ପାଇଁ ବିପଦ ବଢ଼ୁଥିବାରୁ ସମଗ୍ର ଅଞ୍ଚଳକୁ ବିଦ୍ୟୁତ୍ ସରବରାହ ବନ୍ଦ ରଖାଯାଇଛି । ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ଏକ ନଅ ମହଲା ବିଶିଷ୍ଟ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପାଞ୍ଚଟି ଆବାସିକ ଅଟ୍ଟାଳିକା ମାଟିରେ ମିଶିଯାଇଛି । ଧ୍ବଂସସ୍ତୂପ ତଳେ ଅନେକ ଲୋକ ଫସିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ୟୁରୋପର ସର୍ବବୃହତ ପରମାଣୁ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଠାରୁ ପ୍ରାୟ ୫୨ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରରେ ସପ୍ତାହେ ହେଲା ରୁଷ୍‌ ତୁହାକୁ ତୁହା ଆକ୍ରମଣ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com