ତିରୁଅନନ୍ତପୁରମ: ଏ ବର୍ଷ ସଅଳ ମୌସୁମୀ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ନିର୍ଦ୍ଧାରିତ ସମୟର ୭ ଦିନ ପୂର୍ବରୁ ମୌସୁମୀର ଆଗମନ ହୋଇସାରିଥିବା ବେଳେ ପ୍ରାକ୍ ମୌସୁମୀ ବର୍ଷାରେ କେରଳ ଏବେ ବେହାଲ। ପାଣିପାଗ ବିଭାଗ ଭୀଷଣ ବର୍ଷା ଲାଗି ସତର୍କତା ଜାରି କରିଥିବା ବେଳେ ମଲପ୍ପୁରମ, କୋଝିକୋଡ, କନ୍ନୁର ଓ କାସରଗୋଡ ଆଜି ଜିଲ୍ଲାଙ୍କ ଲାଗି ବର୍ଷା ନିମନ୍ତେ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି।

ଅନ୍ୟ ଜିଲ୍ଲାଙ୍କ ଲାଗି ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ ମତ୍ସ୍ୟ ଜୀବିଙ୍କୁ ସମୁଦ୍ର ମନା କରାଯାଇଛି। ଭୀଷଣ ବର୍ଷା ଯୋଗୁ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ଏଣୁ କେତେକ ସ୍ଥାନରେ ବନ୍ୟା ସତର୍କତା ମଧ୍ୟ ଜାରି କରାଯାଇଛି। ଭୀଷଣ ବର୍ଷାରେ କୋଟ୍ଟାୟମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ନଦୀରେ ଜଳସ୍ତର ବଢୁଥିବା ବେଳେ ବିଦ୍ୟୁତ ଲାଇନ କ୍ଷତିଗ୍ରସ୍ତ ହେବା ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଛି।

ଅବିଶ୍ରାନ୍ତ ବର୍ଷା ଏବେ ଅନେକ ସ୍ଥାନରେ ଫସଲ ହାନୀର କାରଣ ପାଲଟିଛି। ଆଗାମୀ ୨୭ ତାରିଖ ବେଳକୁ କେରଳକୁ ମୌସୁମୀ ଛୁଇଁବ। ଏଣୁ ଏହା ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗାର ମୌସୁମୀ ପ୍ରସ୍ତୁତି ନେଇ ଜରୁରି ବୈଠକ କରିଛନ୍ତି। ତେବେ ମୌସୁମୀ ଆଗମନ ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଥିବା ବର୍ଷା ଏବେ ଚିନ୍ତାର କାରଣ ପାଲଟିଛି। ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲା କଲେକ୍ଟରଙ୍କୁ ସତର୍କତା ଅବଲମ୍ବନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
Back to top button