ଭାଇରାଲ୍ ଭିଡିଓମନୋରଞ୍ଜନ

ସୋଫିଆଙ୍କ ଆକାଉଣ୍ଟ ବ୍ଲକ

ନୂଆଦିଲ୍ଲୀ: ହଟ୍ ଏଣ୍ଡ ବୋଲ୍ଡ କଣ୍ଟେଟ୍ ପୋଷ୍ଟ ପାଇଁ ବ୍ଲକ ହେଲା ସୋଫିଆ ଅନସାରୀଙ୍କ ଅଫିସିଆଲ ଆକାଉଣ୍ଟ । ସୋଫିଆ ଅନସାରୀ ଇଣ୍ଟରନେଟରେ ବହୁତ ଲୋକପ୍ରିୟ ଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୯୮ ଲକ୍ଷରୁ ଅଧିକ ଫଲୋୟରସ୍ ରହିଥିଲେ ମଧ୍ୟ । ସେ ତାଙ୍କ ବୋଲ୍ଡ ଇମେଜ୍ ପାଇଁ ଜଣାଶୁଣା । ତେବେ ତାଙ୍କ ବୋଲ୍ଡ ଭିଡିଓ ଇନଷ୍ଟାଗ୍ରାମର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି । ଏହି କାରଣରୁ ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖାଯାଇଛି ।

ସୋଫିଆ ଅନସାରୀଙ୍କ ଆକାଉଣ୍ଟକୁ ବ୍ଲକ କରାଯିବା ପରେ ଇଣ୍ଟରନେଟ୍‌ରେ ମେମ୍ସର ବନ୍ୟା ହେଉଛି । କେହି ଏଥିର ଦୁଃଖ ପ୍ରକାଶ କରୁଥିବା ସମୟରେ ଅନ୍ୟମାନେ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି । କୁହାଯାଉଛି ଯେ ସୋଫିଆ ଅନସାରୀ ବର୍ତ୍ତମାନ ତାଙ୍କର ଦ୍ୱିତୀୟ ଆକାଉଣ୍ଟ୍ ଖୋଲିବା ସହ ଏହାକୁ ପ୍ରୋତ୍ସାହିତ କରୁଛନ୍ତି । ସୋଫିଆ ଅନସାରୀଙ୍କ ପରି ଉର୍ଫି ଜାଭେଦ ମଧ୍ୟ ଇନଷ୍ଟାଗ୍ରାମରେ ନିଜର ହଟ ଏବଂ ବୋଲ୍ଡ ଚିତ୍ର ଏବଂ ଭିଡିଓ ସେୟାର କରନ୍ତି, ଯେଉଁଥିପାଇଁ ସେ ବହୁତ ଟ୍ରୋଲ ମଧ୍ୟ ହେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com