ମନୋରଞ୍ଜନ

କାନ୍ତାରା୨ ପ୍ରିକ୍ୱେଲ ପାଇଁ ପ୍ରସ୍ତୁତି ଆରମ୍ଭ

ଭାରତୀୟ ସିନେମାରେ ହୋମ୍ବଲେ ଫିଲ୍ମସ୍ ଏକ ଆଗଧାଡିର ନିର୍ମାତା । କେଜିଏଫ୧, ୨ ଏବଂ କାନ୍ତାରା ପରି ବିଭିନ୍ନ ବିଷୟବସ୍ତୁ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିଛନ୍ତି । ତେବେ ଏହି ଅଗ୍ରଣୀ ପ୍ରଡକ୍ସନ ହାଉସ ବର୍ତ୍ତମାନ ଅଭିନେତା-ଲେଖକ ତଥା ନିର୍ଦ୍ଦେଶକ ରିଷଭ ଶେଟ୍ଟୀଙ୍କ ନେତୃତ୍ୱରେ ଏକ ବିଶ୍ୱସ୍ତ୍ରରରେ ପରିଣତ ହୋଇଥିବା କାନ୍ତାରା ସିକ୍ୱେଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ତେବେ ଫିଲ୍ମର ପ୍ରଥମ ଭାଗ ରିଲିଜ ହେବା ପରଠାରୁ ଦର୍ଶକମାନେ ଫିଲ୍ମର ସେକଣ୍ଡ ପାର୍ଟକୁ ଅପେକ୍ଷା କରିଥିଲେ । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ହୋମ୍ବଲେ ଫିଲ୍ମସ ନଭେମ୍ବର ୨୭ରେ ଫିଲ୍ମକୁ ଫ୍ଲୋରକୁ ଆଣିବାକୁ ପ୍ରସ୍ତୁତ ହେଉଛି । କାନ୍ତାର୨ ବାସ୍ତବରେ କାନ୍ତରର ପ୍ରିକ୍ୱେଲ । ଏବଂ ନିର୍ମାତାମାନେ ଶୁଭ ମୂହୂର୍ତ୍ତ ଦେଖି ଫିଲ୍ମକୁ ଆରମ୍ଭ କରିବେ । ତେଣୁ ନଭେମ୍ବର ୨୭ରେ ଏହା ଆରମ୍ଭ ହେବାକୁ ପ୍ରସ୍ତୁତ ହେଉଛନ୍ତି ।

ଆଉ ଏହି ଅବଧିରେ ଡ୍ରାମା ପାଇଁ ଏକ ବଡ ଏବଂ ଗ୍ରାଣ୍ଡ ସେଟ୍ ତିଆରି କରାଯିବ । ଯେଉଁଠି ଅଭିନେତା, ନିର୍ଦ୍ଦେଶକ ରିିଷଭ ସେଟ୍ଟୀ, ନିର୍ମାତା ବିଜୟ କିରାଙ୍ଗଦୂର ଏବଂ ଅନ୍ୟକଳାକାରଙ୍କ ସମେତ କ୍ର‌୍ୟୁ ମେମ୍ବର ଉପସ୍ଥିତ ରହିବେ । ମୂହୂରତ ପୂଜା ପରେ ନିର୍ମାତା ଡିସେମ୍ବରରୁ ଫିଲ୍ମ ପାଇଁ ମୁଖ୍ୟ ଫଟୋଗ୍ରାଫି ଆରମ୍ଭ କରିବେ ଏବଂ ବାକି କଳାକାର ନାଁ ବି ଠିକ ସମୟରେ ଘୋଷଣା କରାଯିବ ।

ତେବେ ପୂର୍ଜରୁ ରିଲିଜ ହୋଇଥିବା କାନ୍ତାରାର ପ୍ରଥମ ଭାଗର ସହ ଏହା ଜଡିତ । ଯାହାକି ଫିଲ୍ମଟି ତାର ଚମତ୍କାର ପ୍ରଦର୍ଶନ, ସମ୍ପାଦନା ଏବଂ ହୃଦୟସ୍ପର୍ଶୀ ସଙ୍ଗୀତ ପାଇଁ ସେତେବେଳେ ଦର୍ଶକଙ୍କ ହୃଦୟ ଜିଣି ବେଶ୍ ପ୍ରଶଂସା ସାଉଁଟିଥିଲା ।

ଫିଲ୍ମଟି ଭଗବାନଙ୍କ ସହ ମଣିଷର ସମ୍ବନ୍ଧକୁ ଅନୁଧ୍ୟାନ କରି ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହେବା ସହ ବ୍ଲକବଷ୍ଟର ହୋଇପାରିଥିଲା । ଯାହାକି ଦର୍ଶକଙ୍କ ଭଲ ପାଇବା ନିର୍ମାତାଙ୍କୁ ଏହାର ଦ୍ୱିତୀୟ ଭାଗ ପରଦାକୁ ଆଣିବାକୁ ବାଧ୍ୟ କରିଥିଲା । ଏହା ପରେ ନିର୍ମାତା ଏହାର ପ୍ରିକ୍ୱେଲ ଆଣିବାକୁ ଘୋଷଣା କରିଥିଲେ । ଆଉ ଏହା ସବୁଠୁ ବଡ ପ୍ରୋଜେପକ୍ଟ ହେବ ବୋଲି ନିର୍ମାତା କହିଥିଲେ । ଫିଲ୍ମଟି ୩ଟି ପ୍ରର୍ଯ୍ୟାୟରେ ସୁଟିଂ ହେବାକୁ ଥିଲାବେଳେ ଅଗଷ୍ଟ ୨୪ ସୁଦ୍ଧାର ସୁଟି ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପଟେ ଫିଲ୍ମର ପ୍ରିକ୍ୱେଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ଏହାର କନେକ୍ସନ ସାଲାର ସହ ଥିବା କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com