ଜାତୀୟଭାଇରାଲ୍ ଭିଡିଓ

୬ବର୍ଷର ବାଳିକା ବଞ୍ଚାଇଲା ୫ ଜୀବନ

ନୂଆଦିଲ୍ଲୀ: ଦୁଇ ଜୀବନ ବଞ୍ଚାଇଲା ୫ବର୍ଷର ଶିଶୁ କନ୍ୟା ରୋଲି ପ୍ରଜାପତି । ଏମ୍ସର ଇତିହାସରେ ରୋଲି ସବୁଠାରୁ କମ୍ ବୟସର ଅଙ୍ଗଦାତା ପାଲଟିଛନ୍ତି । ଏହି କୁନି ଝିଅଟି ପାଇଁ ୫ ଜଣ ଆଜି ନୂଆ ଜୀବନ ପାଇଛନ୍ତି । ଏପରି ଏକ ଘଟଣା ଘଟିଛି ନୋଏଡାରେ। ଏହା ଏମ୍ସ ଇତିହାସରେ ପ୍ରଥମ ଘଟଣା ହୋଇଛି। ନୋଏଡା ସ୍ଥିତ ସେକ୍ଟର ୧୨୧ରେ ରହୁଥିବା ୬ ବର୍ଷ ଶିଶୁ କନ୍ୟା ରୋଲି ଗତ ୨୭ ତାରିଖରେ ଘର ସାମ୍ନାରେ ଖେଳଥିବାବେଳେ ତା ମୁଣ୍ଡରେ ଏକ ଗୁଳି ବାଜିଥିଲା। ରୋଲିଙ୍କର ମସ୍ତିଷ୍କର ଦୁଇଟି ହାଡ ଭାଙ୍ଗି ଯାଇଥିବାରୁ ସେ କୋମାକୁ ଚାଲିଯାଇଥିଲେ। ସେଠାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ରୋଲିର ଦାନ୍ତ ଓ ନଖ ନେଇ ମସ୍ତିଷ୍କରେ ଯୋଡିବାକୁ ଚେଷ୍ଟା କରିଥିଲେ ଡାକ୍ତର। କିନ୍ତୁ ସଫଳ ହୋଇନଥିଲେ। ଯାହାଦ୍ୱାରା ରୋଲିଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା । ପରେ ଡାକ୍ତର ରୋଲିଙ୍କ ପିତାମାତାଙ୍କୁ ଅଙ୍ଗଦାନ କରିବାକୁ ପରାମର୍ଶ ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com