ଅନ୍ୟାନ୍ୟ

ମୟୂରଭଞ୍ଜ ଗ୍ରସ୍ତକରି ବର୍ଷା ସ୍ଥିତି ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ ପ୍ରଣବ ପ୍ରକାଶ ଦାସ

ମୟୂରଭଞ୍ଜ, ୨୦/୦୮/୨୦୨୨-   ବୋଝ ଉପରେ ନଳିତା ବିଡା ପରି ପୂର୍ବ ଓଡିଶାରେ ବନ୍ୟା ସାଙ୍ଗକୁ ଉତ୍ତର ଓଡିଶାରେ ଭୀଷଣ ବର୍ଷା । ପରିସ୍ଥିତିର ନୀରିକ୍ଷଣ ପାଇଁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶନିବାର ମୟୂରଭଞ୍ଜ ଗ୍ରସ୍ତକରି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିକୁ ଗୁରୁୁତ୍ୱ ଦେଇ ସମସ୍ତ ବନ୍ଦୋବସ୍ତ କରିବାକୁ  ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ସ୍ଥଳେ ସବୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ମୟୂରଭଞ୍ଜରେ କାନ୍ଥ ପଡି ୨ ଭଉଣୀ ମରିବା ଘଟଣାରେ ସେମାନଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com