ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଲଣ୍ଡନ ଲଣ୍ଡନରେ ଅନୁଷ୍ଠିତ ‘ଆଇଜିଆ ଫର ଇଣ୍ଡିଆ’ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ଭାରତରେ ଗଣତନ୍ତ୍ର ଏକ ସର୍ବଭାରତୀୟ ଜନସାଧାରଣଙ୍କ ସ୍ୱାର୍ଥ । ଏବଂ ଭାରତୀୟମାନେ ଏକମାତ୍ର ଯିଏ ଗଣତନ୍ତ୍ରକୁ ଏକ ଅନନ୍ୟ ସ୍ତରରେ ପରିଚାଳନା କରିଛନ୍ତି ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ବ୍ରିଟେନ ଗସ୍ତରେ ଥିବା ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଆରଜେଡିର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ, ମନୋଜ ଚଢ୍ଡା, ଟିଏମସିର ମହୁଆ ମିତ୍ର ଏବଂ ସିପିଆଇର ସୀତାରାମ ୟେଚୁରୀଙ୍କ ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ମୁଖ୍ୟ କହିଥିଲେ ‘ଆଇଡିଆଜ୍ ଫର ଇଣ୍ଡିଆ’ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ ଏବଂ ଦଳର ମୁଖପାତ୍ର ଗୁରୁଦୀପ ସିଂ ସପାଲ ମଧ୍ୟ ଯୋଗ ଦେଇଥିଲେ ।
Back to top button