ଜାତୀୟ

ମଙ୍କିପକ୍ସ ରୋଗରେ ଭାରତରେ ପ୍ରଥମ ମୃତ୍ୟୁ

ମଙ୍କିପକ୍ସ ରୋଗରେ ଭାରତରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି  । କେରଳରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଥିଲେ । ସେ ୟୁଏଇରେ ପଜିଟିଭ୍ ଚିହ୍ନଟ ହେବା ପରେ ଭାରତ ଫେରିଥିବା ସୂଚନା ମିଳିଛି । ୨୨ ବର୍ଷିୟ ମଙ୍କିପକ୍ସ ସନ୍ଦିଗ୍ଧଙ୍କ ଶନିବାର ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତିଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ଅନ୍ୟପଟେ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ଯୁବକଙ୍କ ମୃତ୍ୟୁର କାରଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତରେ ଏବେ ସୁଦ୍ଧା ୪ ଜଣ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ବିଶ୍ୱରେ ପ୍ରାୟ ୮୦ ଦେଶରେ ୨୨,୦୦୦ରୁ ଅଧିକ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ଗତ ୨୭ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com