Featuredଜାତୀୟ

ଲାଲକିଲ୍ଲା ଆକ୍ରମଣର ଦୋଷୀ ଅସଫାକର ଫାଶୀଦଣ୍ଡ କାଏମ୍

ସୁପ୍ରିମକୋର୍ଟ ୨୦୦୦ ମସିହାରେ ଲାଲକିଲ୍ଲା ଆକ୍ରମଣ ଘଟଣାରେ ଦୋଷୀ ମହମ୍ମଦ ଆରିଫ୍ ଓରଫ ଅସଫାକଙ୍କ ଫାଶୀଦଣ୍ଡ କାଏମ ରଖିଛନ୍ତି । କୋର୍ଟ ମହମ୍ମଦ ଆରିଫଙ୍କ ପୁନର୍ବିଚାର ଆବେଦନ ଖାରଜ କରିଛନ୍ତି । ଲାଲକିଲ୍ଲା ଉପରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ୨୦୦୦ ମସିହା ଡିସେମ୍ବର ୨୨ରେ ଆକ୍ରମଣ କରିଥିଲା । ଏଥିରେ ଦୁଇ ସୈନ୍ୟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କୀଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ଘଟଣାରେ ୨୦୦୫ ଅକ୍ଟୋବର ୩୧ରେ ନିମ୍ନ ଅଦାଲତ ଆରିଫଙ୍କୁ ଦୋଷୀ ଘୋଷଣା କରିବା ସହ ଫାଶୀ ଶୁଣାଇଥିଲେ ।

୨୦୧୩ ମସିହାରେ ସୁପ୍ରିମକୋର୍ଟ ଆରିଫର ଫାଶୀଦଣ୍ଡକୁ କାଏମ ରଖିବା ସହ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରେ ୨୦୧୪ ମସିହାରେ କୋର୍ଟରେ କ୍ୟୁରେଟିଭ ପିଟିସନକୁ ମଧ୍ୟ ଖାରଜ କରିଦେଇଥିଲେ । ବର୍ତ୍ତମାନ ପୁଣି ଥରେ ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟ ୨୦୧୫ ମସିହାରେ ୟାକୁବ ମେନନ ଏବଂ ଆରିଫର ଆବେଦନ ଉପରେ ଐତିହାସିକ ଫଇସଲା ଶୁଣାଇଥିଲେ । ସେତେବେଳେ କୋର୍ଟ କହିଥିଲେ ଫାଶୀଦଣ୍ଡ ପାଇଥିବା ଦୋଷୀଙ୍କ ପୁନର୍ବିଚାର ଆବେଦନ ଓପନ କୋର୍ଟ ଶୁଣିବା ଦରକାର । ଏହା ପୂର୍ବରୁ ପୁନର୍ବିଚାର ଆବେଦନ ଶୁଣାଣି ନ୍ୟାୟାଧୀଷ ନିଜ ଚାମ୍ବରରେ କରିଥାନ୍ତି । ଏହା ପ୍ରଥମ ମାମଲା ଥିଲା ଯେତେବେଳେ ଫାଶୀଦଣ୍ଡ ପାଇଥିବା ଦୋଷୀର ପୁନର୍ବିଚାର ଏବଂ କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ସୁପ୍ରିମକୋର୍ଟ ପୁଣିଥରେ ପୁନର୍ବିଚାର ଆବେଦନର ଶୁଣାଣି କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com