ଜାତୀୟମନୋରଞ୍ଜନ

ଫ୍ୟାମିଲି ଫଟୋରେ ସୁସ୍ମିତାଙ୍କ ସହ ନଜର ଆସିଲେ ଏକ୍ସ ବୟଫ୍ରେଣ୍ଡ ରୋହମାନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାନ୍ତି । ପୂର୍ବରୁ ଅଭିନେତ୍ରୀ ପୋଷ୍ଟ ସେୟାର କରି ଜଣାଇଥିଲେ କି ତାଙ୍କର ରୋହମାନଙ୍କ ସହ ବ୍ରେକ୍‌ଅପ୍‌ ହୋଇସାରିଛି। ଦୁହେଁ ଏବେ ଅଲଗା ରହୁଛନ୍ତି। ହେଲେ ସୁସ୍ମିତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପୂର୍ବ ପ୍ରେମିକ ତଥା ରୋହମାନ ନଜର ଆସିଛନ୍ତି।

ବାସ୍ତବରେ, ସୁସ୍ମିତା ସେନ୍ ୧୯୯୪ ମସିହା ମେ ୨୧ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିଲେ । ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବାର ୨୮ ବର୍ଷ ବିତିଥିବାରୁ ତାଙ୍କ ଘରେ ଏକ ଗ୍ରାଣ୍ଡ ପାର୍ଟି ରଖିଥିଲେ। ଯେଉଁଥିରେ ତାଙ୍କ ପରିବାର ସଦସ୍ୟ ଏବଂ କିଛି ସାଙ୍ଗ ମଧ୍ୟ ଉପସ୍ଥିତ ଥିଲେ । ଏହି ପାର୍ଟୀରେ ରୋହମାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସୁସ୍ମିତା ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପୂର୍ବ ପ୍ରେମିକ ରୋହମାନଙ୍କ ସହ ତାଙ୍କ ଝିଅ ମଧ୍ୟ ନଜର ଆସିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com